37.1 C
Bhubaneswar
Thursday, March 28, 2024
Homeମହିଳା ସମାନତା ଦିବସମହିଳା ସମାନତା ଦିବସ : ବଲିଉଡ୍ ଚଳଚ୍ଚିତ୍ରଗୁଡିକ ଦର୍ଶାଏ ଯେ ଆଜିର ମହିଳାମାନେ ପୁରୁଷଙ୍କଠାରୁ ଚାରି...

ମହିଳା ସମାନତା ଦିବସ : ବଲିଉଡ୍ ଚଳଚ୍ଚିତ୍ରଗୁଡିକ ଦର୍ଶାଏ ଯେ ଆଜିର ମହିଳାମାନେ ପୁରୁଷଙ୍କଠାରୁ ଚାରି ପାଦ ଆଗରେ !

ନୂଆଦିଲ୍ଲୀ : ଆଜିର ସମୟରେ, ଆମ ଦେଶରେ, ମହିଳାମାନେ ପୁରୁଷଙ୍କ ସହ ସମାନ ଏବଂ ଚାରି ପାଦ ଆଗରେ ରହୁଛନ୍ତି । କିନ୍ତୁ ଆଜିର ଆଧୁନିକ ସମୟ ପୂର୍ବରୁ ମହିଳାମାନେ ସେମାନଙ୍କର ଅଧିକାର ପାଇଁ ବହୁତ ସଂଘର୍ଷ କରିଛନ୍ତି । ସମଗ୍ର ବିଶ୍ୱରେ ମହିଳାଙ୍କ ପାଇଁ ସମାନତା ପାଇଁ ଲଢେଇ ଦୀର୍ଘ ଦିନ ଧରି ଚାଲିଆସୁଛି। କେତେକ ମହିଳା ସେମାନଙ୍କ ଯୁଦ୍ଧରେ ଜିତିଥିବା ବେଳେ ଏବଂ କେତେକ ଏବେବି ଅଧିକାର ପାଇଁ ଲଢୁଛନ୍ତି । ଏଭଳି ପରିସ୍ଥିତିରେ, ଆଜି ଆମେ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଆଲୋଚନା କରିବା ଯେଉଁଥିରେ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରୁଥିବାର ଦେଖାଯାଇଛି। ଏହା ଦେଖି ଆପଣ ବୁଝିପାରିବେ ଯେ ମହିଳାଙ୍କ ସମାନତା ଅଧିକାର ପାଇଁ କେତେ ସଂଗ୍ରାମ ଚାଲିଛି। ଆଜି ମଧ୍ୟ ମହିଳାମାନେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି ।
କ୍ୱିନ – କଙ୍ଗନା ରାନାୱତଙ୍କ ଫିଲ୍ମ ‘ କ୍ୱିନ ‘ ୨୦୧୪ ରେ ଆସିଥିଲା ।ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ଜଣେ ସରଳ ଝିଅ ନିଜ ବିବାହ ଭାଙ୍ଗିବା ପରେ ନିଜକୁ କିପରି ପରିଚାଳନା କରେ ଏବଂ କୈାଣସି ପ୍ରତିବନ୍ଧକ ବିନା ଏକାକୀ ଯାତ୍ରା କରେ ।
ଇଂଲିସ ଭିଂଲିସ – ବଲିଉଡର ଏଭରଗ୍ରୀନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫିଲ୍ମ ‘ଇଂଲିସ ଭିଂଲିସ’ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏଥିରେ ଶ୍ରୀଦେବୀଙ୍କ ଅଭିନୟ ଶୈଳୀ ମଧ୍ୟ ବହୁତ ଭଲ ଥିଲା ଏବଂ ଫିଲ୍ମଟି ମଧ୍ୟ ବହୁତ ଭଲ ବାର୍ତ୍ତା ଦେଇଥିଲା । ଘରେ କାମ କରୁଥିବା ଜଣେ ମହିଳା କିପରି ପରିବାରରେ ନିଜ ସମ୍ମାନ ପାଇବାକୁ ଚେଷ୍ଟା କରନ୍ତି ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।
ପିଙ୍କ- ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପିଙ୍କ ‘ ହେଉଛି ଏକ ଚଳଚ୍ଚିତ୍ର ଯେଉଁଥିରେ ମହିଳାମାନଙ୍କୁ ଶାରୀରିକ ନିର‌୍ୟାତନା ଦିଆଯାଉଛି । ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ଏକ ପାର୍ଟୀରେ ତିନି ଝିଅ କିପରି ଶାରୀରିକ ନିର‌୍ୟାତନାର ଶିକାର ହେଉଛନ୍ତି। ଏବଂ ପୁଅମାନଙ୍କୁ ଦଣ୍ଡ ଦେବା ପାଇଁ ଲଢୁଛନ୍ତି । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଜଣେ ଓକିଲ ଭୂମିକାରେ ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking