28.1 C
Bhubaneswar
Thursday, March 28, 2024
Homeବଲିଉଡ୩୬ ବର୍ଷ ବୟସରେ ବି କେମିତି ଫିଟ୍ ଅଛନ୍ତି କ୍ୟାଟ୍ରିନା

୩୬ ବର୍ଷ ବୟସରେ ବି କେମିତି ଫିଟ୍ ଅଛନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ହିଟ୍ ଏବଂ ଫିଟ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବଲିଉଡ ଇଣ୍ଡଷ୍ଟ୍ରିରେ ହେଉଛନ୍ତି ଜଣେ ସୁନ୍ଦର ଅଭିନେତ୍ରୀ । ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ସେ ତାଙ୍କ ଫ୍ୟାନମାନଙ୍କୁ ଭେଟି ଦେଇଛନ୍ତି । ନିଜ ଫିଲ୍ମ କ୍ୟାରିୟରରେ ସେ ହ୍ରିତିକଙ୍କଠାରୁ ଆରମ୍ଭ କରି ତିନି ଖାନ୍‌ଙ୍କ ସହ ମଧ୍ୟ ସ୍କ୍ରିନ ଶେୟାର କରିଛନ୍ତି । ତେବେ କ୍ୟାଟ୍ରିନା ନିଜ ଫିଟ୍ ନେସର ସଂପୂର୍ଣ୍ଣଭାବେ ଧ୍ୟାନ ରଖନ୍ତି । ସେଥିପାଇଁ ୩୬ ବର୍ଷ ବୟସରେ ବି ସେ ୟଙ୍ଗ ଆକ୍ଟ୍ରେସମାନଙ୍କୁ ପଛର ପକାଇ ଦେଇଛନ୍ତି ।
ସୋସିଆଲ ମିଡିଆରେ କ୍ୟାଟ୍ରିନା ନିଜେ ଏ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ନିଜ ଫିଟନେସକୁ ଅଧିକ ଗୁରୁତ୍ୱ ଦେଉଥିବା କ୍ୟାଟ୍ରିନା ନିଜ ଓର୍କଆଉଟ ପ୍ଲାନ ମଧ୍ୟ ନିଜେ ବନାନ୍ତି । ସାତ ଦିନରେ ସେ ୧-୩ ଘଂଟା ପର୍ଯ୍ୟନ୍ତ ସେ ଏକ୍ସରସାଇଜ କରନ୍ତି ଏବଂ ନିଜକୁ ନିଜେ ଚ୍ୟାଲେଂଜ ମଧ୍ୟ ଦିଅନ୍ତି । ସ୍କ୍ୱାଟ, ଯୋଗ ସହ ବିଭିନ୍ନ ଟ୍ରେଡିଂ ଏକ୍ସରସାଇଜ ସେ କରନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking