28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଭିନେତା ପରେଶ ରାୱଲ କରୋନା ସଂକ୍ରମିତ

ଅଭିନେତା ପରେଶ ରାୱଲ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଅଭିନେତା ପରେଶ ରାୱଲ ହେଲେ କରୋନା ସଂକ୍ରମିତ । ଏନେଇ ପରେଶ ଟ୍ୱିଟ କରି ସୂଚନା ଦେଇଛନ୍ତି । ପରେଶ କୋଭିଡ ଟିକାର ପ୍ରଥମ ଡୋଜ ନେବାର ଦୁଇ ସପ୍ତାହ ହେବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ପରେଶ ନିଜ ଟ୍ୱିଟରେ ଲେଖିଛନ୍ତି ମୁଁ କରୋନା ପଜିଟିଭ ଚିହ୍ନଡ ହୋଇଛି । ଗତ ୧୦ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ ନିଜର କୋଭିଡ ଟେଷ୍ଟ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି । ପରେଶ ଏହି ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ଓ ସେ ସୋସିଆଲ ମିଡିଆରେ ଲକ ଫଟୋ ସେୟାର ମଧ୍ୟ କରିଛନନ୍ତି । ଯେଉଁଥିରେ ତାଙ୍କ ଫ୍ୟାନ୍ସମାନେ ତାଙ୍କ ଆରେଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

କିଛି ଦିନ ମଧ୍ୟରେ ବଲିଉଡର ଅନେକ ଷ୍ଟାରମାନେ କୋଭିଡ ସଂକ୍ରମଣ ହୋଇଥିବାର କଥା ସାମ୍ନାକୁ ଆସିଥିଲା । ଏହି ଷ୍ଟାରମାନଙ୍କ ମଧ୍ୟରେ କାର୍ତ୍ତିକ ଆରୟାନ୍, ଆମୀର ଖାନ୍, ଆର ମାଧବନ୍, ମିଲିନ୍ଦ ସୋମନ୍, ରଣବୀର କପୁର, ସଞ୍ଜୟ ଲୀଲା ଭନସାଲୀ, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସମେତ ଅନ୍ୟମାନେ ମଧ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking