26.1 C
Bhubaneswar
Friday, March 29, 2024
Homeଓଡିଶାବୋଲେରୋ-ବସ୍ ମୁହାଁମୁହିଁ ଧକ୍କା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି : ରାଇସିଂ ଘାଟିରେ ବୋଲେରୋ ବସ୍ ମୁହାଁମୁହିଁ । ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ଏଭଳି ଦୂର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଘାଟିରେ । ଗୋଟିଏ ବିକ୍ରାନ୍ତ ନାମକ ଘରୋଇ ବସ୍ ଯାହାକି ଦରୀଙ୍ଗିବାଡି ପଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଗୋଟିଏ ବୋଲେରୋ ଗାଡ଼ି ମୋହନା ପଟୁ ବିରିକୋଟ ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଏଭଳି ଦୂର୍ଘଟଣା ଘଟିଛି ।
ବୋଲେରୋ ଗାଡ଼ି ଟି ବସ୍ ର ଡାହାଣ ପାର୍ଶ୍ଵରେ ଘଷି ହୋଇ ପଛ ଚକାରେ ପିଟି ହେବା ଫଳରେ ଉଭୟ ବସ୍ ଓ ବୋଲେରୋର ଚକା ଫାଟିଯିବା ସହ ବୋଲେରୋ ଗାଡ଼ିଟି ଅଧିକ ଭାଙ୍ଗି ରୁଜି ଯାଇଛି । ତେବେ ବସ୍ ରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ବୋଲେରୋ ଗାଡ଼ିରେ ମଧ୍ୟ ଡ୍ରାଇଭର ସହ ମୋଟ ୪ ଜଣ ଥିଲେ । ତେବେ ଉଭୟ ଗାଡ଼ିର ଯାତ୍ରୀ ମାନେ ଅଳ୍ପକେ ରକ୍ଷାପାଇଯାଇଛନ୍ତି, ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking