27.1 C
Bhubaneswar
Friday, March 29, 2024
Homeଓଡିଶାଖବରକାଗଜ ମୂକନାୟକର ଶତବାର୍ଷିକି ପାଳନ ସାଂପ୍ରତିକ ପରିସ୍ଥିତିରେ ମନେପଡେ ମୂକନାୟକ ସିଏଏ ଓ ଏନଆସି ବିରୋଧରେ...

ଖବରକାଗଜ ମୂକନାୟକର ଶତବାର୍ଷିକି ପାଳନ ସାଂପ୍ରତିକ ପରିସ୍ଥିତିରେ ମନେପଡେ ମୂକନାୟକ ସିଏଏ ଓ ଏନଆସି ବିରୋଧରେ ବଡ ଧରଣର ପ୍ରତିବାଦ କରାଯିବ

ବଲାଙ୍ଗୀର, – ବାବା ସାହେବ ଆମ୍ବଦକରଙ୍କ ଦ୍ୱାରା ସମ୍ପାଦିତ ମୂକନାୟକ ପାକ୍ଷିକ ଖବର କାଗଜର ଆଜି ଶହେ ବର୍ଷ ପୁର୍ତ୍ତି ହୋଇଛି । ତତ୍କାଳୀନ ସମୟରେ ସମାଜ ଦ୍ୱାରା ଶୋଷିତ ଓ ନିଷ୍ପସିତ ହୋଇ ରହିଥିବା ଜନଗଣଙ୍କ ସ୍ୱର ସାଜିବା ଉଦ୍ଧେଶ୍ୟରେ ବାବା ସାହେବ ମୂକନାୟକର ପ୍ରକାଶନ ଆରମ୍ଭ କରିଥିଲେ । ସେମାନଙ୍କ ସ୍ୱରକୁ ଶାଣିତ ଭାବେ ଉପସ୍ଥାପନ କରିବା ସହିତ ଭବିଷ୍ୟତରେ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ଲକ୍ଷ୍ୟ ରଖିଥିଲେ ବାବା ସାହେବ ଆମ୍ବେଦକର । କ୍ରମାଗତ ୩ ବର୍ଷ ଧରି ଏହି ପତ୍ରିକା ପ୍ରକାଶିତ ହେବା ପରେ କୌଣସି କାରଣରୁ ତାହା ବନ୍ଦ ହୋଇ ଯାଇଥିଲା ।

କିନ୍ତୁ ଖବର କାଗଜ ପ୍ରକାଶିତ ହେଉଥିବା ପର୍ଯ୍ୟନ୍ତ ଏହା ସମାଜରେ ପଛୁଆ,ଦଳିତ ଓ ନିଷ୍ପେଶିତ ସ୍ୱର ହୋଇଥିଲା । ସାଂପ୍ରତିକ ପରିସ୍ଥିତି ରେ ଦେଶର ଦଳିତଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ପାଇଁ ସେଭଳି କେହି ନାହାନ୍ତି । ତାଙ୍କର ଦଶା ଓ ଦିଶା ଦେଖିଲେ ମୂକନାୟକ ଭଳି ପତ୍ରିକାର ଢେର ଆବଶ୍ୟକତା ମନେ ହୁଏ । ଯିଏ ଦୁଃଖୀ ,ଗରିବ, ପଛୁଆଙ୍କ ବାର୍ତ୍ତବହ ହେବ । ସେହି ସମୟରେ ମିଡିଆ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଥିବା ବେଳେ ଆଜି ମଧ୍ୟ ସେହି ପରିସ୍ଥିତି ଦେଖାଦେଇଛି । ତେଣୁ ମୂକନାୟକର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି ବୋଲି ସ୍ଥାନୀୟ ସାଂବାଦିକ ଭବନ ଠାରେ ଗଣ୍ଡାବଜା ତରଫରୁ ମୂକନାୟକର ଶତବାର୍ଷିକି ପାଳନ ଅବସରରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଗଣ୍ଡାବଜାର ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଭେ ଯୁବ ଅଧ୍ୟାପକ ରିଙ୍କୁ ବିଶ୍ୱାଲ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୁନା ବାଗ ଓ ସମ୍ମାନୀତ ବକ୍ତା ଭାବେ ଅର୍ଜୁନ ମୁଗ୍ରୀ ଯୋଗ ଦେଇଥିଲେ । ଅତିଥିମାନେ ବାବା ସାହେବଙ୍କ ଦ୍ୱାରା ପ୍ରକାଶିତ ମୂକନାୟକର ଇତିହାସ ସମ୍ପର୍କରେ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ମୂକନାୟକର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ । ନିକଟରେ ସିଏଏ ଓ ଏନଆରସିକୁ ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ତେବେ ବଲାଙ୍ଗୀରରେ ବନ୍ଦ ଡାକରାକୁ ଏକ ଧାର୍ମିକ ସଙ୍ଗଠନ ଜୋର ଜବରଦସ୍ତ ଭଣ୍ଡୁର କରିବା ପାଇଁ ଚେଷ୍ଟା କରିଥିଲା । ଏହାକୁ ନେଇ ଆଲୋଚନା ଚକ୍ରରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା । ଖୁବ ଶୀଘ୍ର ବଲାଙ୍ଗୀରରେ ସିଏଏ ଓ ଏନଆରସିକୁ ନେଇ ଏକ ବଡ ଧରଣର ପ୍ରତିବାଦ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଓ ଏହାର ନେତୃତ୍ୱ ଜିଲ୍ଲା ଦଳିତ ସମାଜ ନେବ ବୋଲି କୁହାଯାଇଥିଲା । ଶେଷରେ ରଶ୍ମୀରଞ୍ଜନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking