34.1 C
Bhubaneswar
Thursday, April 25, 2024
Homeଓଡିଶାଯାଦବ ସମାଜ ପକ୍ଷରୁ ଆମ୍ବୁଲାନ୍ସ ଚାଳକଙ୍କୁ ସମ୍ବର୍ଦ୍ଧନା

ଯାଦବ ସମାଜ ପକ୍ଷରୁ ଆମ୍ବୁଲାନ୍ସ ଚାଳକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର :  ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ବଲାଙ୍ଗିର ଆମ୍ବୁଲାନ୍ସ ଚାଳକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କରୋନା ମହାମାରୀ ର ଦ୍ୱିତୀୟ ଲହର ବର୍ତ୍ତମାନ କବଳିତ କରିଛି । ଅନେକ ଲୋକ ନିଜର ପରିବାର ପରିଜଙ୍କ ପାଖକୁ ଯିବାକୁ ନାରାଜ । ବର୍ତ୍ତମାନ ସ୍ଥିତିରେ ଅନେକ ଚାଳକ ଭାଇମାନେ କରୋନା ରୋଗିଙ୍କୁ ନେବା ଆଣିବା କରିବା ସହ ଯଥାସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି ଏବଂ ନିଜର ମାନବିକତାର ପରିଚୟ ଦେଇଛନ୍ତି । ସେହି ଭଳି ଆମ୍ଭ ବଲାଙ୍ଗିରର ଦିର୍ଘ ଦିନରୁ ଚାଳକ ଭାବରେ କାର୍ଯ୍ୟରତ ଏବଂ କରୋନା ମହାମାରୀ ଆରମ୍ଭ ହେଲା ଦିନଠାରୁ ଅନେକ ରୋଗିମାନଙ୍କୁ ସେବା ଯୋଗାଇ ଆସୁଛନ୍ତି ।

ଦିଗାମ୍ବର ମାଝି (୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ୧୦ ବର୍ଷରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ଦାକ୍ଷତା ସହ ରୋଗି ସେବା ମହାମାରୀ କରୋନା ଆକ୍ରାନ୍ତଙ୍କୁ ଦିର୍ଘ ୧ ବର୍ଷ ହେଲା ପରିବହନ କରିଛନ୍ତି ଏବଂ ଟିଟିଲାଗଡ ସବ୍‌ଡିଭିଜନର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ନିରନ୍ତର ଭାବେ ଆମ୍ବୁଲାନ୍ସ ଯୋଗେ ପରିବହନ), ଶମ୍ଭୁ ପ୍ରସାଦ ପଧାନ (୧୦ ବର୍ଷ ଆମ୍ବୁଲାନ୍ସ  ସେବା ଓ ୧ ବର୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କୁ ପରିବହନ), ଓ ପ୍ରତ୍ୟୁମ୍ନ କୁମାର ତ୍ରିପାଠି (୧ ବର୍ଷରୁ ଉର୍ଦ୍ଧ୍ୱ କରୋନା ରୋଗୀକୁ ସେବା ପ୍ରଦାନ) ଙ୍କୁ ଯାଦବ ଭବନ ତରଫରୁ ଯାଦବ ଭବନ ଠାରେ ସମ୍ମାନ ଜଣାଇ ପିପିଇ କିଟ, ପୁଷ୍ପ ଓ ଉତ୍ତରୀୟ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା । ଆଜିର କାର୍ଯ୍ୟକ୍ରମରେ ପୌରାଞ୍ଚଳ ଯାଦବ ସମାଜ ସଭାପତି ପଙ୍କଜ ସେଲମା ଏବଂ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ରେଡକ୍ରସ ସୋସାଇଟିର ରଞ୍ଜିତ ମିଶ୍ର, ଘାସିରାମ ଦୀପ, ଆକୁଳ ବଗର୍ତ୍ତି, ସାନ ଜାଲ, ସନ୍ଦିପ ବାଗ । ଶେଷରେ ଜୟଦେବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking