24.1 C
Bhubaneswar
Sunday, January 23, 2022
Homeଓଡିଶାଭିଟାମାଟିରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

ଭିଟାମାଟିରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

ବଲାଙ୍ଗିର : ତିନୋଟି ଟ୍ରେନ ଯୋଗେ ସୋମବାର ଜିଲ୍ଲାର ପ୍ରାୟ ୨୦୦୦ ଶ୍ରମିକ ନିଜ ଭିଟାମାଟି ବଲାଙ୍ଗିର ପହଞ୍ଚିବାର ସୁଚନା ରହିଛି । ତାଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରବାସୀ ଶ୍ରମିକମାନଙ୍କୁ ଧରି ସୋମବାର ତିନୋଟି ସ୍ପେସିଆଲ ଶ୍ରମିକ ଟ୍ରେନ୍ ବଲାଙ୍ଗୀରରେ ପହଞ୍ଚିଛି । ବିଶାଖାପାଟଣାରୁ ବଲାଙ୍ଗିର ଜିଲ୍ଲାର ୭୮୨ ଜଣ ସହ ସମୁଦାୟ ୧୪୧୭ ଜଣ ପ୍ରବାସୀ ଶ୍ରମିକମାନଙ୍କୁ ଧରି ସକାଳେ ପ୍ରଥମ ଟ୍ରେନ ବଲାଙ୍ଗୀର ରେଲୱେ ଷ୍ଟେସନରେ ପହଞ୍ଚି ଥିବା ବେଳେ ଦ୍ୱିତୀୟ ଟ୍ରେନରେ ଆନ୍ଧ୍ରପ୍ରଦେଶର ତିରୁଭଲ୍ଲର ଠାରୁ ବଲାଙ୍ଗିର ଜିଲ୍ଲାର ୭୨୫ଜଣଙ୍କ ସହ ସମୁଦାୟ ୧୩୩୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ପହଞ୍ଚି ଥିଲା ।
ସେହିପରି ତୃତିୟ ଟ୍ରେନଟି ଗୁଜୁରାତର ରାଜକୋଟରୁ ବଲାଙ୍ଗିର ପହଞ୍ଚିଥିବା ସ୍ଥଳେ ଏଥିରେ ଆସିଥିବା ପ୍ରକୃତ ଶ୍ରମିକ ସଂଖ୍ୟା ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ତେବେ ଶ୍ରମିକମାନଙ୍କ ପରିବହନ ପାଇଁ ବଲାଙ୍ଗିର ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଶ୍ରମିକମାନଙ୍କ ପ୍ରଥମେ ପଞ୍ଜିକରଣ ଓ ପରେ ଖାଦ୍ୟପେୟ ଦେବା ପରେ ସମସ୍ତଙ୍କୁ ନିଜ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା ।

ଶ୍ରମିକମାନଙ୍କ ମଧ୍ୟରେ ବଲାଙ୍ଗିର ସମେତ ସୁନ୍ଦରଗଡ଼, ବରଗଡ଼, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ, ଅନଗୁଳ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଆଦି ଶ୍ରମିକମାନେ ରହିଥିଲେ । ସେମାନଙ୍କୁ ନିଜ ନିଜ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବା ବ୍ୟବସ୍ଥା କରଯାଇଛି । ଶ୍ରମିକମାନଙ୍କ ପରିବହନକୁ ଦୃଷ୍ଟିରେ ରଖି ସୋମବାର ସକାଳ ୪ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ଶ୍ରମିକମାନେ ବହୁ କଷ୍ଟ ସହି ନିଜ ଭିଟାମାଟିରେ ପହଞ୍ଚିବା ପରେ ବେଶ ଖୁସି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking