26.1 C
Bhubaneswar
Friday, March 29, 2024
Homeଓଡିଶାଏପ୍ରିଲ୧ କଳା ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିବ, କୋସଲ ରାଜ୍ୟ ସମନ୍ୱୟ ସମିତି

ଏପ୍ରିଲ୧ କଳା ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିବ, କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର : ସାରା ଦେଶରେ ବିଭିନ୍ନ ସଭା ସମିତି ତଥା ରାଜନୈତିକ ଅନୁଷ୍ଠାନ ଗୁଡିକୁ କରୋନା ପ୍ରଭାବରେ ବାତିଲ କରାଯାଉଥିବା ବେଳେ ଆସନ୍ତା ଏପ୍ରିଲ ୧ ତାରିଖ କଳିଙ୍ଗ ଦିବସ କୁ କଳା ଦିବସ ରୁପେ ପାଳନ କରାଯିବା ନେଇ ସ୍ପଷ୍ଟ କରିଛି କୋସଲ ରାଜ୍ୟ ସମନ୍ୱୟ ସମିତି । ତେବେ ଦେଶ ତମାମ ଲକ୍ ଡାଉନ୍ ପରିସ୍ଥିତି ତଥା ସଂଗ୍ରାମୀ ଓ ଜନ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଲକ ଡାଉନ ସମ୍ବନ୍ଧିୟ ସମସ୍ତ ନିତି ନିୟମର ସମ୍ମାନ କରାଯିବା ସହ, ସମଗ୍ର କୋସଳାଞ୍ଚଳରେ ଏକ ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଏହି ସମିତି । ତେବେ ଏପ୍ରିଲ ୧ ତାରିଖ ଦିନ ସମସ୍ତେ ନିଜ ଘରେ କଳା ପତାକା ବାନ୍ଧିବା ସହ, କଳା ବେଚ ପରିଧାନ ସହ ଉତ୍କଳ ଦିବସର ପତିବାଦ ସୂଚକ ଇ-ମେଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ପ୍ରେରଣ କରାଯିବା ତଥା ସୋସିଏଲ ମିଡିଆରେ କଳାଦିବସର ବାର୍ତ୍ତା ତଥା ସମାଚାର ଦେଇ ଘରଭିତରୁ ଆନ୍ଦୋଳନ ଜାରି ରଖିବାକୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି ।
ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର “ଲକ୍ ଡାଉନ୍‌” ଘୋଷଣା କରିଥିବାରୁ ଏହି ଦିନ କୌଣସିପ୍ରକାର ସର୍ବସାଧାରଣ ସ୍ଥାନରେ କାର୍ଯ୍ୟକ୍ରମର ପ୍ରଶ୍ନ ଉଠୁନାହିଁ । ତେଣୁ ଆଗାମୀ ଏପ୍ରିଲ-୦୧ ତାରିଖ କଳା ଦିବସ ପାଳନକୁ ଭିନ୍ନ ଢଙ୍ଗରେ କରାଯିବା ପାଇଁ ନିଷ୍ପ ଗ୍ରହଣ କରାଯାଇଛି । ଏହି ଦିନ ଯେକୌଣସି କାମ କଲାବେଳେ କିମ୍ବା କାହାସହ ଆଲୋଚନା ସମୟରେ ସାମାଜିକ ଦୁରତା ଅପରିହାର୍ଯ୍ୟ ଅଟେ ଏହାକୁ ସମସ୍ତେ ମନେରଖିବା ଉଚିତ ବୋଲି ସମିତିର ସାଧାରଣ ସଂପାଦକ ସୁନିଲ କୁମାର ପୁରୋହିତ ସୁଚନା ଦେଇଛନ୍ତି ।
ଆହୁରି ମଧ୍ୟ, କରୋନା ଏକ ବୈଶ୍ୱକି ମହାମାରୀ ରୁପ ଧାରଣ କରିସାରିଛି । ଏହା କବଳରୁ ମାନବସମାଜକୁ ରକ୍ଷା କରିବା ପାଇଁ ସାରା ବିଶ୍ୱ ପ୍ରୟାସ କରୁଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ମଧ୍ୟ ଏହାପାଇଁ ପ୍ରୟାସ କରୁଛନ୍ତି । ଦେଶର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସମସ୍ତେ ନିଜକୁ ଘର ମଧ୍ୟରେ ଆବଦ୍ଧ ରଖିବାକୁ ଆହ୍ୱାନ ଦେଇଛନ୍ତି । ଏଣୁ ଆମର ଦେଶବାସୀ ତଥା ସମଗ୍ର ମାନବ ସମାଜକୁ ଏହି ଭୟାନକ ପରିସ୍ଥିତି କବଳରୁ ରକ୍ଷା କରିବା ପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତି ମଧ୍ୟ ସମସ୍ତଙ୍କୁ ଘରେ ନିଜକୁ ଆବଦ୍ଧ ହୋଇ ରହିବା ସହ ସାମାଜିକ ଦୁରତା ରକ୍ଷା, ବାରମ୍ବାର ସାବୁନ ଦ୍ୱାରା ହାତ ଧୋଇବା ଆଦି ସତର୍କତା ଅବଳମ୍ବନ କରିବାକୁ ଅନୁରୋଧ କରେ । ଏହା ସହ ଏପ୍ରିଲ -୦୧ କଳା ଦିବସକୁ ସୁରକ୍ଷିତ ନିଜ ଘରେ ଭାବରେ ପାଳନ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking