34.1 C
Bhubaneswar
Friday, March 29, 2024
Homeଓଡିଶାଆଦିବାସୀ ସଂଘର ଚେତାବନୀ :  ବାଉଳା ହେଲେଣି ବିଧାୟକ, ଆକ୍ରୋଶମୂଳକ ମନୋଭାବ ରଖିଲେ ଆନ୍ଦୋଳନ

ଆଦିବାସୀ ସଂଘର ଚେତାବନୀ :  ବାଉଳା ହେଲେଣି ବିଧାୟକ, ଆକ୍ରୋଶମୂଳକ ମନୋଭାବ ରଖିଲେ ଆନ୍ଦୋଳନ

ବଲାଙ୍ଗିର/ପଟଣାଗଡ଼  : ବିବାଦ ପିଛା ଛାଡ଼ୁନି ପଟଣାଗଡ଼ ବିଧାୟକ ସରୋଜ ମେହେରଙ୍କର । ଗୋଟିଏ ବିବାଦ ନପଟୁଣୁ ଆଉ ଗୋଟିଏ ବିବାଦ ସୃଷ୍ଟି । ଏବେ ସବ ରେଜିଷ୍ଟାର ଅଫିସରେ କାମ କରୁଥିବା ଏକ ବ୍ୟକ୍ତିଙ୍କୁ ଆକ୍ରୋଶମୂଳକ ଭାବେ ବିଧାୟକ ବଦଳି କରୁଥିବା ଅଭିଯୋଗ ରେ ଆଦିବାସୀ ସଙ୍ଘ ବିଧାୟକଙ୍କୁ ବାଉଳା ହେଲେଣି ବୋଲି କହିବା ସହ ଅଭିଯୋଗ ସତ୍ୱେ ସ୍ଥିତି ନ ବଦଳିଲେ ଆଗକୁ ବିରାଟ ଆନ୍ଦୋଳନର ଚେତାବନୀ ଦେଇଛି।

ସୂଚନା ଯୋଗ୍ୟ ଯେ , ଗତ ୫ ଜୁନ ୨୦୧୯ରେ ନିମ୍ନ ମାନର ରାସ୍ତାକାମ ଦର୍ଶାଇ ,ବେଲପଡା ବ୍ଲକ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଙ୍କୁ ପବ୍ଲିକ ସାମ୍ନାରେ , ପାଞ୍ଚ ମିନିଟ ରେ ଶହେ ଥର କାନଧରୀ ଉଠବସ ହେବା ପାଇଁ ଆଦେଶ ଦେଇଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର ,ପାଞ୍ଚ ମିନିଟ ରେ ଶହେ ଥର ଉଠବସ ନ ହେଲେ ପବ୍ଲିକ ନିରଧୁମ ପିଟିବେ ..ମୁଇଁ ଏମ.ଏଲ.ଏ ଅର୍ଡର ଦଉଛେ ବୋଲି ଧମକ ଦେଇଥିଲେ ,ଏସମ୍ବନ୍ଧରେ ପାଟଣାଗଡ ଥାନାରେ କେଶ ନଂ 113 ତା .06.06.2019 ଆଇ ପି ସି ର ଦଫା 341/363/294/323/353/355/500/34 ଏବଂ ଏସ. ଟି ଏସ.ସି ପ୍ରିଭେନ୍ଶାନ ଅଫ ଏ ଟ୍ରୋସିଟି ଆକ୍ଟ 1989 ( ସଂଶୋଧନ ଆକ୍ଟ 2015) ର ଦଫା 3 1 (r) 3 1 (s) କେଶ ହୋଇଥିଲା l

ପବ୍ଲିକ ସାମ୍ନାରେ ଜେ.ଇ ଶ୍ରୀ ଶବର ଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତିନା , ହୀନସ୍ତା ,ଅପମାନିତ ,ନୃଶଂସ,ଆଚରଣ ,ଅସମ୍ବିଧାନିକ ,ଅଗଣତାନ୍ତ୍ରିକ ,ଅମାନବିକ କାର୍ଯ୍ୟ ଅପରାଧ ରେ ପୋଲିସ ପାଟଣାଗଡ ବିଧାୟକ ଶ୍ରୀ ମେହେର ଙ୍କୁ ତା ୨୩/୬/୨୦୧୯ ମଧ୍ୟରାତ୍ରି ରେ ଗିରଫ କରି ୨୪/୬/୨୦୧୯ ରେ କୋର୍ଟ ଫରୱାର୍ଡ଼ କରିଥିଲେ ,ଜାମିନ ନା ମଞ୍ଜୁର ହେବାରୁ ପାଟଣାଗଡ ସବ ଜେଲ କୁ ପଠାଇଥିଲେ ,ପରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ରେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ମେହେର ଙ୍କୁ ଝାରପଡା ଜେଲ କୁ ସ୍ୱତନ୍ତ୍ର ବିଚାରପତି ପଠାଇଥିଲେ , ପରବର୍ତୀ ସମୟରେ କଣ୍ଡିସନାଲ ବେଲ ପାଇଥିଲେ ,ଉକ୍ତ ସର୍ତମୂଳକ ଜାମିନ ରେ ସର୍ତ୍ତ ରହିଛି ଯେ ,ଅଭିଯୁକ୍ତ ଶ୍ରୀ ମେହେର ବିଧାୟକ ,ସେହିଭଳି ଅପରାଧ ପୁନରାବୃତ୍ତି କରିବେ ନାହିଁ କି ସେହିଭଳିଆ ଆପରଧ ରେ ସମ୍ପୃକ୍ତ ରହିବେ ନାହିଁ l

କିନ୍ତୁ ଦେଖିବାକୁ ମିଳୁଛି ଯେ ଶ୍ରୀ ମେହେର ବିଧାୟକ ଆଦିବାସୀ କର୍ମଚାରୀ ମାନଙ୍କ ପ୍ରତି ପୁଣି ଆକ୍ରୋଶ ମୂଳକ ମନୋଭାବ ରଖି କେବଳ ଆଦିବାସୀ କର୍ମଚାରୀ, ଅଧିକାରୀ ,ଯନ୍ତ୍ରୀ ମାନଙ୍କୁ ମାନସିକ ନିର୍ଯାତନା ,ହଇରାଣ ,ହରକତ ,ମିଥ୍ୟା ଆରୋପ ଲଗାଇ ମିଥ୍ୟା ଅଭିଯୋଗ କରୁଛନ୍ତି ,ତାଙ୍କ ଉଧେଶ୍ୟ ହେଲା ଆଦିବାସୀ ମାନେ ଡରିଯିବେ ଏବଂ ତାଙ୍କ ବିରୁଦ୍ଧରେ ଥିବା କେଶ ସମାଧାନ ହୋଇପାରିବ l
ଉଦାହରଣ ସ୍ୱରୂପ ଶ୍ରୀ ମେନାରାମ ବିଶି,ବରିଷ୍ଠ କିରାଣୀ , ଡିଷ୍ଟ୍ରିକ୍ଟ ସବ ରେଜିଷ୍ଟ୍ରାର ଅଫିସ ବଲାଙ୍ଗିର ,ମେଡିକାଲ ଗ୍ରାଉଣ୍ଡ ରେ ପାଟଣାଗଡ ସବ ରେଜିଷ୍ଟ୍ରାର ଅଫିସ ରେ ତା ୧୫/୧/୨୦୨୧ ରେ ଯୋଗ ଦେଇଛନ୍ତି l

ଜିଲ୍ଲାପାଳ ବଲାଙ୍ଗିର ଙ୍କ ଆଦେଶ ଅନୁସାରେ ଶ୍ରୀ ବିଶି ସିନିୟର କ୍ଲର୍କ ବଲାଙ୍ଗିର ରୁ ପାଟଣାଗଡ SR ଅଫିସ କୁ ବଦଳି ହୋଇଛନ୍ତି ,କିନ୍ତୁ ଶ୍ରୀ ମେହେର ବିଧାୟକ ,ଶ୍ରୀ ବିଶି ସିନିୟର କ୍ଲର୍କ କୁ ପାଟଣାଗଡ ରୁ ଟ୍ରାନ୍ସଫର କରିବାକୁ ଜିଲ୍ଲାପାଳ ବଲାଙ୍ଗିର ଙ୍କୁ ଅଭିଯୋଗ କରିଛନ୍ତି l ତେବେ ଆଦିବାସୀ କର୍ମଚାରୀ କୁ ବିଧାୟକ ଡରୁଛନ୍ତି କି ? ନା ଆକ୍ରୋଶ ମୂଳକ ମନୋଭାବ ? ସବ ରେଜିଷ୍ଟ୍ରସନ ଅଫିସ ରେ ଜଣେ ଆଦିବାସୀ କର୍ମଚାରୀ ରହିଲେ ବିଧାୟକ ଙ୍କ କଣ ଅସୁବିଧା ? କାହାର ଜମିବାଡ଼ି ରେଜିଷ୍ଟ୍ରେସନ ପାଇଁ ଅସୁବିଧା ହେଉଛି ? ଯଦି ଅସୁବିଧା ହୁଏ ବିଧାୟକ , ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ପାରିବେ ,ବିଭାଗୀୟ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ,କିନ୍ତୁ ବିଧାୟକ କାହିଁକି ଆଦିବାସୀ ବିରୋଧୀ କାର୍ଯ୍ୟକଳାପ ରେ ସବୁବେଳେ ଲାଗିଛନ୍ତି ବୋଲି ଆଦିବାସୀ ସଂଘ କହିଛି ।

ତେବେ ଏ ଘଟଣା ସମ୍ବନ୍ଧରେ ଜିଲ୍ଲାପାଳ ବଲାଙ୍ଗିର ଙ୍କୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବଲାଙ୍ଗିର ତରଫରୁ ଅଭିଯୋଗ କରାଯାଇଛି l ଜିଲ୍ଲାପାଳ ଯଦି ପlତର ଅନ୍ତର କାର୍ଯ୍ୟ କରନ୍ତି ,ତେବେ ଆନ୍ଦୋଳନ ହେବ ବୋଲି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂ ଭୋଇ,ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ,ବିସିକେଶନ ଯାନୀ ,ବ୍ଲକ ସଭାପତି ଶ୍ରୀମତୀ ବନାଲତା ମାଝି ,ବଳଦେବ ଭୋଇ ,ଅସ୍ତରତ୍ନ ବରିହା ,ବିପ୍ର ବିଶି ,ବସନ୍ତ ମାଝି ,ନିତ୍ୟାନନ୍ଦ ମାଝି ,ସନ୍ତୋଷ ପୁଟା , ଶରତ ଚନ୍ଦ୍ର ସିଂ ଭୋଇ ,ରାଜୀବ କୁଅଁର ,ଦୁଃଖିଶ୍ୟାମ ଭୋଇ ପ୍ରମୁଖ ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking