39.1 C
Bhubaneswar
Tuesday, April 23, 2024
Homeଓଡିଶାବଲାଙ୍ଗିର ଦଳିତ ଅଧିକାର ମଂଚ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର ଦଳିତ ଅଧିକାର ମଂଚ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିର ଦଳିତ ଅଧିକାର ମଂଚ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ୭୧ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବିଧାନର ମହତ୍ତ୍ୱ ଓ ବାବାସାହେବଙ୍କ ଆଦର୍ଶ ଉପରେ ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଥମେ ବାବାସହାବେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ମହମବତୀ ପ୍ରଜ୍ୱଳନ କରାଯାଇଥିଲା । ଅତିଥି ଭାବେ ଯୋଗଦେଇଥିବା ଦଳିତ ଅଧିକାର ମଂଚର ରାଜ୍ୟ ସଭାପତି କମଲ ଚରଣ ତାଣ୍ଡି ନିଜ ବକ୍ତବ୍ୟରେ ବାବାସାହେବଙ୍କ ଆଦର୍ଶରେ କିପରି ଦଳିତ ଅଧିକାର ମଂଚ ପ୍ରରମ୍ଭରୁ ଦଳିତ, ନଷ୍ପେଷିତ, ପ୍ରତାଡିତ, କୃଷକ, ଶ୍ରମିକ ଓ ଅବହେଳିତ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରି ଆସୁଛି ସେ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତ ଅଧିକାର ମଂଚ ଏମାନଙ୍କ ସ୍ୱର ଭାବରେ କାର୍ଯ୍ୟ କରିବ ବୋଲି କହିଥିଲେ । ବାବାସାହେବଙ୍କ ସମ୍ବିଧାନକୁ ରଖିବାକୁ ହେଲେ କନଫରେନ୍ସ ହଲରେ ସେମିନାର କରି କେବଳ ଏକ ବିଶିଷ୍ଟ ଗୋଷ୍ଠୀକୁ ବୁଝାଇବା ଯଥେଷ୍ଟ ନୁହେଁ । ବରଂ ଏଥିପାଇଁ ସର୍ବଦା ରାଜରାସ୍ତାକୁ ଓହ୍ଲାଇ ଲଢେଇ କରିବାକୁ ହେବ ବୋଲି ଅନ୍ୟତମ ବକ୍ତାମାନେ ମତ ରଖିଥିଲେ । ଦଳିତ ଅଧିକାର ମଂଚର ବଲାଙ୍ଗିରର କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ନାଗ ବଲାଙ୍ଗିର ଜିଲାର ଦଳିତମାନଙ୍କ ସମସ୍ୟା ନେଇ ଦଳିତ ଅଧିକାର ମଂଚ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ କୋରାପୁଟ ମାଇନିଂ ବିଭାଗର ଅଧିକାରୀ ଅର୍ଜୁନ ମୁଗରୀ, ବିଇଓ ନେପାଳ ନାଗ, ଆଇନଜୀବୀ ଦିନେଶ ନାଗ, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ବ୍ୟାଙ୍କ ମେନେଜର ଆର୍ତ୍ତତ୍ରାଣ ବାଗ ସହ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଦଳିତ ଅଧିକାର ମଂଚ ନୂଆପଡା ଜିଲାର କାର୍ଯ୍ୟକର୍ତ୍ତା ଓ ବଲାଙ୍ଗିର ଜିଲାର କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking