34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ପ୍ରଭାବ : ଏକ୍ସନ କମିଟିର ଆନ୍ଦୋଳନ ସ୍ଥଗିତ

କରୋନା ପ୍ରଭାବ : ଏକ୍ସନ କମିଟିର ଆନ୍ଦୋଳନ ସ୍ଥଗିତ

ବଲାଙ୍ଗିର : ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ଅନିର୍ଦିଷ୍ଟ ଭୋକ- ଉପବାସ ଆନ୍ଦୋଳନ କରୋନା ଭାଇରସର ସଂକ୍ରମଣ ତଥା ଜନସାଧାରଣଙ୍କ ବୃହତ୍ତସ୍ୱାର୍ଥ ଦୃଷ୍ଟିରେ ରଖି ସାମୟିକ ଭାବେ ସ୍ଥଗିତ ରଖିଥିବା ଏକ୍ସନ କମିଟି ସୁଚନା ଦେଇଛିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗିର ଏକ୍ସନ କମିଟି ବଲାଙ୍ଗିରର ୬୦ ରୁ ଅଧିକ ସାମାଜିକ ସଂଗଠନ, ଜାତି ସଂଗଠନ, ସାଂସ୍କୃତିକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ଆସନ୍ତାକାଲି ଠାରୁ ଲୋୟର ସୁକତେଲ ଜନସେଚନ ପ୍ରକଳ୍ପ ଯାହାକି ଗତ ୨୦ ମାସ ଧରି ବନ୍ଦ ହୋଇ ପଡି ରହିଛି, ତାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ତଥା ବିସ୍ଥାପିତମାନଙ୍କ ନ୍ୟାୟୋଚିତ ଦାବୀ ଗୁଡିକୁ ତୁରନ୍ତ ପୁରଣ କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆସନ୍ତାକାଲି ଠାରୁ ସକାଳ ୮ଟା ରୁ ଦିବା ଘ.୧ ପର୍ଯ୍ୟନ୍ତ ୫ ଘଣ୍ଟା ଭୋକ ଉପବାସ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥିର କରାଯାଇଥିଲା ।
ଆଜି ସନ୍ଧ୍ୟାରେ କମିଟି କାର୍ଯ୍ୟାଳୟରେ ବିଭିନ୍ନ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ପଠେଇଥିବା ପତ୍ର ସଂପର୍କରେ ଜଣେଇବା ସହ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ତଥା କରୋନା ଭାଇରସ ପାଇଁ ଉତ୍ପନ ସ୍ଥିତି ଉପରେ ବିସୃତ ଆଲୋଚନା ହୋଇ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ଘୋଷଣା କରାଯାଇଥିଲା ।
ଏହି ଆଲୋଚନାରେ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ବ୍ୟତିତ କମିଟିର ଉପ-ସଭାପତି ମୁନା ପଟ୍ଟନାୟକ, ଯୁବ ସଂଯୋଜକ ରିଲୁ ରଥ, ଯୁବ ସଭାପତି ବିନୋଦ କାଲସାଏ, ଗିରିଶ ସିଂଦେଓ, ବୁଲୁ ସିଂଦେଓ, ସନ୍ତୋଷ ସାହୁ, ସୁଜିତ ଦାସ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି, ଗୋପାଳ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking