39.1 C
Bhubaneswar
Tuesday, April 23, 2024
Homeଓଡିଶାକୁଷ୍ଠାଶ୍ରମରେ ଦୀପାବଳି ପାଳିଲା ବିଙ୍ଗ ହ୍ୟୁମାନ

କୁଷ୍ଠାଶ୍ରମରେ ଦୀପାବଳି ପାଳିଲା ବିଙ୍ଗ ହ୍ୟୁମାନ

ବଲାଙ୍ଗିର : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖା ତରଫରୁ ସ୍ଥାନୀୟ ଗଇଁନ୍ତଲା ସ୍ଥିତ କୁଷ୍ଠ କଲୋନୀରେ ଦୀପାବଳି ପର୍ବ ପାଳନ କରାଯାଇଛିି । କାର୍ୟ୍ୟକର୍ତାମାନେ ସେଠାକୁ ଯାଇ କଲୋନୀକୁ ରଙ୍ଗୋଲିରେ ସଜାଇ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲଳିତ କୁମାର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କରିଥିଲେି । ଏହି ଅବସରରେ ଅନ୍ତେବାସୀଙ୍କୁ ଅନୁଷ୍ଠାନ ତରଫରୁ ଡ୍ରେସିଂ କରିବା ସହ କମ୍ବଳ, ଟୋପି ଆଦି ପ୍ରଦାନ କରିଥିଲେି । ପରେ ପରେ ଅନ୍ତେବାସୀଙ୍କ ପାଇଁ ଏକ ସୁବ୍ୟଞ୍ଜନ ବ୍ୟବସ୍ଥା କରାଯାଇଥିଲା।

ଏହି କାର୍ୟ୍ୟକ୍ରମରେ ମହିଳା ଶାଖାର ଲିଲି ପଟେଲ, ତୃଷ୍ଣାମୟୀ ସିଂଦେଓ, ଦିବ୍ୟାରାନି ଜେନା, ଶ୍ରୀଜଲ ମିଶ୍ର, ସୁନିତା ବେହେରା, ସଞ୍ଜନା ସମୃଦ୍ଧି, ରୀନା ପୁଟେଲ, ଶତାବ୍ଦୀ ନିର୍ଣୟା, ରିଙ୍କି ବରାଳ, ମିଲି ବାରିକ, ରିଙ୍କି ସାହୁ, ଶିବାନୀ ମହାପାତ୍ର ସହ ବହୁ ଶାଖାର ସଦସ୍ୟ ଉପସ୍ଥିତ ଥିଲେି । ପ୍ରତିବର୍ଷ ଏହି ଭଳି ବିଙ୍ଗ ହ୍ୟୁମାନ ତରଫରୁ ବାଣ ବଦଳରେ ହସ ଫୁଟେଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ କହିଛନ୍ତିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking