27.1 C
Bhubaneswar
Friday, March 29, 2024
Homeଓଡିଶାସିଲେଇ ଦିଦିଙ୍କ ଗୁମର ଫିଟିଲା : ସିଲେଇ ନା' ରେ ବଢାଉଥିଲେ ଘନିଷ୍ଠତା, ଋଣ ନା'...

ସିଲେଇ ଦିଦିଙ୍କ ଗୁମର ଫିଟିଲା : ସିଲେଇ ନା’ ରେ ବଢାଉଥିଲେ ଘନିଷ୍ଠତା, ଋଣ ନା’ ରେ କୋଟି କୋଟି ଟଙ୍କା ଠକେଇ ଚକ୍ରାନ୍ତ

ବଲାଙ୍ଗିର : ବଲାଙ୍ଗିରର ବହୁ ଚର୍ଚ୍ଚିତ ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସର ଘନଘନ ଜେରା ପରେ ସତ ଓଗାଳିଛନ୍ତି ଠକେଇ କରିଥିବା ଗାୟତ୍ରୀ ଜୟସ୍ୱାଲ ଓ ତାଙ୍କ ପୁଅ ରବୀନ୍ଦ୍ର ଜୟସ୍ୱାଲ । ଗରିବ ନିରୀହଙ୍କୁ କେମିତି ଭୂଆଁ ବୁଲାଇ ଋଣ କରାଇ ଦେବା ନାଁରେ ମା’ ପୁଅ ଠକୁଥିଲେ ତାର ପ୍ରମାଣ ପାଇବା ପରେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ । ସେପଟେ ଘଟଣାରେ ଅନ୍ୟ କାହାର ସଂପୃକ୍ତି ନେଇ ଏବେ ବି ଛାନଭିନ୍ ଚଳାଇଛି ପୋଲିସ ଓ ଜିଏସଟି ବିଭାଗ ।
ଭୂତ କମ୍ପାନୀ ନାଁରେ ଚାଲୁଥିଲା ପୂରା କାରବାର । କୋଟି କୋଟି ଟଙ୍କାର କାରବାର ବି ହେଉଥିଲା । ନୀରିହ ଗରିବଙ୍କ ନାଁରେ ଋଣ ନେଇ ଠକୁଥିଲେ ସିଲେଇ ଦିଦି ଓ ତାଙ୍କ ପୁଅ । ଦୁଇ ଦିନର ଘନ ଘନ ଜେରା ପରେ ସବୁ ସତ ଓଗାଳିଛନ୍ତି ସିଲେଇ ଦିଦି । କିପରି ଲୋକଙ୍କ ସହ ସିଲେଇ ଆଳରେ ସଂପର୍କ ରଖି ଘନିଷ୍ଠତା ବଢାଉଥିଲେ, ଋଣ ନାଁରେ କିପରି ନୀରିହ ଗରିବଙ୍କ କାଗଜପତ୍ର ଆଣି ମିଛ କାରବାର କରି ମୋଟା ଅଙ୍କର ଟଙ୍କା ଅର୍ଜନ କରୁଥିଲେ, ତାର ପକ୍କା ଚିଠା ଲାଗିଛି ପୋଲିସ ହାତରେ । ଦୁଇ କୋଟି ଜିଏସଟି ଠକେଇ ଅଭିଯୋଗରେ ଉଭୟ ମା’ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଟିକେ ନଜର ପକାନ୍ତୁ ସିଲେଇ ଦିଦିଙ୍କ କାରନାମା ଉପରେ…..
ସିଲେଇ ଦିଦିଙ୍କ ଏ କାରନାମାର ଚେର ବଲାଙ୍ଗିରରୁ କଟକ ଓ ଭୁବନେଶ୍ବରକୁ ଲମ୍ବିଛି । ସେପଟେ ମଧ୍ୟ ଉତ୍ତରପ୍ରଦେଶ, ବମ୍ବେ ଓ ଛତିଶଗଡ ଭଳି ରାଜ୍ୟରେ ସିଲେଇ ଦିଦିଙ୍କ ନେଟଓ୍ବାର୍କ ରହିଥିବା ଜିଏଟି ବିଭାଗକୁ ଲିଙ୍କ୍ ମିଳିଛି । ଏନଜିଓ ନାଁରେ ୪ଟି ଭୂତ କମ୍ପାନୀ ରହିଛି ସିଲେଇ ଦିଦିଙ୍କ ଛତ୍ରଛାୟା ତଳେ । ନରେନ୍ଦ୍ର ସାହୁଙ୍କ ନାଁରେ କଲୋଡିଆ ଟ୍ରେଡର୍ସ, ରବୀନ୍ଦ୍ର ଭୋଇଙ୍କ ନାଁରେ ସିନ୍ଦୁଜା ଷ୍ଟିଲ୍, ପୁଅ ଦେବେନ୍ଦ୍ର ଜେସଓ୍ବାଲଙ୍କ ନାଁରେ ଘଟବାସିନୀ ଟ୍ରାନ୍ସପୋର୍ଟ ଓ ଜଗବନ୍ଧୁ ନାଁରେ ଶୁଭମ୍ ଷ୍ଟିଲ୍ ରହିଥିବା ଜାଣିବାକୁ ପାଇଛନ୍ତି ଜିଏସଟି ଅଧିକାରୀ । ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜି ବାହାର କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ସେପଟେ କାହା କାହା ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଛି ସେନେଇ ମଧ୍ୟ ଅଧିକ ତଦନ୍ତ କରିବା ସହ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଖୋଳତାଡ କରୁଥିବା ଜିଏସଟି ବିଭାଗର ତଦନ୍ତ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking