40.1 C
Bhubaneswar
Wednesday, April 24, 2024
Homeଓଡିଶାସଂରକ୍ଷଣକୁ ବଞ୍ଚାଇବା ପାଇଁ ଏ.ପି.ଆଇ. ର ୮ ଦଫା ଦାବିପତ୍ର

ସଂରକ୍ଷଣକୁ ବଞ୍ଚାଇବା ପାଇଁ ଏ.ପି.ଆଇ. ର ୮ ଦଫା ଦାବିପତ୍ର

ବଲାଙ୍ଗିର, – ଗତ ଫେବୃଆରି ୭ ରେ ସର୍ବୋଚ୍ଚ ନ୍ୟାୟାଳୟ ଅନୁସୁଚିତ ଜାତି ଜନଜାତିମାନଙ୍କ ସଂରକ୍ଷଣ ଉପରେ ଏକ ରାୟ ପ୍ରକାଶ କରିଛନ୍ତି । ରାୟ ମୁତାବକ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ମୌଳିକ ଅଧିକାର ନ ରହି ରାଜ୍ୟମାନଙ୍କର ଇଚ୍ଛାଧିନ ବିଚାର ଓ ନିଷ୍ପତ୍ତି ଉପରେ ନିର୍ଭର କରିବ । ଫଳରେ ଉକ୍ତ ବର୍ଗର ଲୋକେ ଚାକିରି କ୍ଷେତ୍ରରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବେ । ତେଣୁ ତାକୁ ବିରୋଧ ତଥା ଉକ୍ତ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଆମ୍ବେଦକ୍ରାଇଟ ପାର୍ଟି ଅଫ୍ ଇଣ୍ଡିଆ, ଓଡିଶା ସଭାପତି ଦିନେଶ ନାଗଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବିପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଦାବି ପତ୍ରରେ , ଅନୁସୂଚିତ ଜାତି ଜନଜାତି ଓ ପଛୁଆବର୍ଗମାନଙ୍କର, “ପ୍ରତିନିଧିତ୍ୱମୂଳକ ଆରକ୍ଷଣ”ର ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ଭାରତର ସମ୍ବିଧାନରେ ସକରାତ୍ମକ ଓ ବ୍ୟାପକତାର ସହିତ ସଂଶୋଧନ କରାଯାଉ, ସମ୍ବିଧାନ ଧାରା ୧୬ (୪କ) କୁ ସଂଶୋଧନ କରି ଓବିସିମାନଙ୍କୁ ପଦୋନ୍ନତିରେ ଆରକ୍ଷଣ ସୁନିଶ୍ଚିତ କରାଯାଉ, ସମ୍ବିଧାନର ୯ମ ଅନୁସୂଚୀରେ ଆରକ୍ଷଣକୁ ସ୍ଥାନିତ କରାଯିବା, ସେବା କ୍ଷେତ୍ରରେ ନିଯୁକ୍ତି, ପଦ ଓ ପଦୋନ୍ନତି ନିମନ୍ତେ ଏକ ବିସ୍ତାରିତ ଆରକ୍ଷଣ ଆଇନ ଅଣାଯାଉ, ଘରୋଇ କ୍ଷେତ୍ରରେ ସକରାତ୍ମକ କାର୍ଯ୍ୟପନ୍ଥା ମାଧ୍ୟମରେ ଏସ୍‌ଟି, ଏସ୍‌ସି, ଓବିସି, ଅଳ୍ପ ସଂଖ୍ୟକ ଓ ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ନିୟମ ଅଣାଯାଇ ଲାଗୁ କରାଯିବା , ସମ୍ବିଧାନର ଧାରା ୩୧୨ ଅନୁଯାଇ ଅଖିଳ ଭାରତୀୟ ନ୍ୟାୟିକା ସେବା ତୁରନ୍ତ ଆରମ୍ଭ କରାଯାଉ ଓ ଏସ୍‌ସି, ଏସ୍‌ଟି, ଓବିସି ମାନଙ୍କର ଆରକ୍ଷଣ ସେଥିରେ ସୁନିଶ୍ଚିତ କରାଯିବା , ଧାରା ଅନୁଚ୍ଛେଦ ୧୨୪ ଏବଂ ୨୭୩ ରେ ସଂଶୋଧନ କରି ଅନୁସୂଚିତ ଜାତି, ଅନୁସୁଚିତ ଜନଜାତି, ଓବିସି, ମହିଳା ଏବଂ ଅଳ୍ପ ସଂଖ୍ୟକଙ୍କୁ ନ୍ୟାୟପାଳିକାରେ ପ୍ରତିନିଧିତ୍ୱ କୁ ସୁନିଶ୍ଚିତ କରାଯିବା, ସମ୍ବିଧାନରେ ସଂଶୋଧନ ବା ଆଇନ ତିଆରି କରି ନ୍ୟାୟାଧିସମାନଙ୍କର ନିଯୁକ୍ତି, ପଦୋନ୍ନତି ଓ ପଦରୁ ବହିଷ୍କାର ନିମନ୍ତେ ରାଷ୍ଟ୍ରିୟ ନ୍ୟାୟିକ ଆୟୋଗ ଗଠନ କରାଯିବା ଆଦି ଦାବି ଗୁଡିକ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା କଳ୍ପନା ବିହାରୀ, ନିଳକଣ୍ଠ ନାଗ, ଲାଲମନ ନାଗ, ପ୍ରଶାନ୍ତ, ଲକ୍ଷ୍ମଣ ଦୀପ, ରଜନୀକାନ୍ତ ନାଗ, ସୁରେଶ ନାଗ ନିଜ ନିଜ ମତ ରଖିଥିଲେ । ଶେଷରେ ବାଲଗୋପାଳ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking