31.1 C
Bhubaneswar
Friday, March 29, 2024
Homeଓଡିଶାଆଜି ବଲାଙ୍ଗିର ରୁ ପୁଣି ୨୧ ଚିହ୍ନଟ : ସାରା ଜିଲ୍ଲା ଆସନ୍ତା ୪ଦିନ ସଟଡାଉନ

ଆଜି ବଲାଙ୍ଗିର ରୁ ପୁଣି ୨୧ ଚିହ୍ନଟ : ସାରା ଜିଲ୍ଲା ଆସନ୍ତା ୪ଦିନ ସଟଡାଉନ

ବଲାଙ୍ଗିର,- ଆଜି ବଲାଙ୍ଗିର ଜିଲ୍ଲାରୁ ପୁଣି ୨୧ ଜଣ ସଂକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୧୧ ଜଣ ପୁରୁଷ ସହିତ ଦୁଇ ଜଣ କଭିଡ ଯୋଦ୍ଧା ଓ ଜଣେ ସିଆରପିଏଫ ଜବାନ ରହିଛନ୍ତି । ଆଜି ପ୍ରକାଶ ପାଇଥିବା ସମସ୍ତ ଚିହ୍ନଟ ପୋଜିଟିଭଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିବା କୁହାଯାଇଛି । ଦୋକାନ ବଜାର ଖୋଲା ରହୁଥିବା ବେଳେ ସ୍ଥାନିୟ ସଂକ୍ରମଣକୁ ରୋକିବା ଓ ଲୋକଙ୍କ ମଧ୍ୟରେ ସାମାଜିକ ଦୁରତା ବଜାୟ ରଖିବା ଅସମ୍ଭାଳ ହୋଇପଡୁଛି । ତେଣୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପଯ୍ୟନ୍ତ ସାରା ଜିଲ୍ଲାକୁ ୪ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ବେସରକାରି ଅନୁଷ୍ଠାନ , ଯାନ ବାହାନ ବନ୍ଦ ରଖିବାକୁ କୁହାଯାଇଛି । ତେବେ ସମସ୍ତ ଅତ୍ୟାବଶକିୟ ସାମଗ୍ରି ଓ ସେବା ପୁର୍ବଭଳି ଜାରି ରହିବ ।
ଆଜି ମିଳିଥିବା ରିପୋର୍ଟ ଅନୁସାରେ କଣ୍ଟାବାଞ୍ଜି ବ୍ଲକରୁ ଦୁଇ ଜଣ,ପୁଇଁନ୍ତଳା ବ୍ଲକରୁ ଦୁଇ ଜଣ, ଖପ୍ରାଖୋଲ ବ୍ଲକ, ମୁରିବାହାଲ ବ୍ଲକ, ଚୁଡାପାଲି ବ୍ଲକରୁ ଜଣେ ଲେଖାଏଁ ଥିବା ବେଳେ ବାକି ୧୧ଜଣ ବଲାଙ୍ଗିର ପୌରାଞ୍ଚଳର ବୋଲି ଜଣା ପଡିଛି । ସେହିପରି ବଲାଙ୍ଗିର ସହରର ବିଭୁତିପଡାରୁ ଜଣେ , ସୁଦପଡାରୁ ୨ ଜଣ, ଜେଲ କୋଲୋନିରୁ ଜଣେ,ବେହେରାପଲିରୁ ଜଣେ,ତାଲପାଲିପଡାରୁ ଜଣେ, ଇନ୍ଦ୍ରାନଗରରୁ ୨ଜଣ, ଟିକ୍ରାପଡାରୁ ୨ଜଣ ଓ ଡୁଙ୍ଗୁରିପଡାରୁ ଜଣେ ରହିଛନ୍ତି । ଆଜି ସୁଦ୍ଧା ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୫୫୧ ଜଣ ଆକ୍ରାନ୍ତ ଓ ୧୮୯ଜଣ ସକ୍ରିୟ ଥିବାବେଳେ ୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking