26.1 C
Bhubaneswar
Friday, March 29, 2024
Homeଓଡିଶାସଚେତନତାରେ ସୁରକ୍ଷା ଆମର

ସଚେତନତାରେ ସୁରକ୍ଷା ଆମର

ବଲାଙ୍ଗୀର : କରୋନା ମହାମାରିର ପ୍ରକୋପ ପ୍ରତିଦିନ ହୁ ହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ଏକମାତ୍ର ମହୋଷୌଧି ଅଟେ । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡ୍‌କ୍ରସ ସୋସାଇଟିର ସଂପାଦକ ଶଙ୍କର୍ଷଣ ପ୍ରଧାନଙ୍କର ପ୍ରତ୍ତ୍ୱକ୍ଷ ତତ୍ୱାବଧାନରେ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ସଚେତନତାରେ ସୁରକ୍ଷା ଆମର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୂରତାକୁ ଲକ୍ଷ୍ୟ ରଖି ରେଡକ୍ରସ ସୋସାଇଟିର ୬ଜଣ ସ୍ୱେଚ୍ଛାସେବୀ ପାଟଣାଗଡ ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରିଥିଲେ ।
ବାଦ୍ୟ ବଜାଇ ସହ କରୋଣା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ମାକ୍ସ ପିନ୍ଧନ୍ତୁ ତଥା ସର୍ବୋପରି କାର୍ଯ୍ୟନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଧୁମାଭଟା କଲେଜର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଡେଙ୍ଗ ହାଇସ୍କୁଲର ଜୁନିୟର ରେଡକ୍ରସର ପରାମର୍ଶଦାତା ରାମ ନାରାୟଣ ଦାଶ, ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଗୋପାଲ ବେହେରା, ସ୍ୱେଚ୍ଛାସେବୀ ଜତିନ ମଲ୍ଲିକ, ଭରତ ବୁଡେକ, କାନ୍ତ ନାଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଠାରେ ପ୍ରକାଶଥାଉ କି ପୂର୍ବରୁ ମଧ୍ୟ ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ କରୋନାକୁ ଡରନ୍ତୁ ନାହିଁ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାସାରା ଅନୁଷ୍ଠିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking