35.1 C
Bhubaneswar
Tuesday, April 23, 2024
Homeଓଡିଶାସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ୍ ପୋର୍ଟାଲ୍ ଲୋକାର୍ପିତ

ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ୍ ପୋର୍ଟାଲ୍ ଲୋକାର୍ପିତ

ବଲାଙ୍ଗିର  : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ୍ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍‌’ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଲୋକାର୍ପିତ ହୋଇଯାଇଛି । କୋଭିଡ଼୍‌-୧୯ ନିୟମ ତଥା ସାମାଜିକ ଦୂରତା ରକ୍ଷା କରି ସୀମିତ ସାମ୍ବାଦିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ନିରାଡ଼ମ୍ବର ଲୋକାର୍ପିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ‘କୋଶଳ ପ୍ରବାହ’ ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଛନ୍ତି ଯେ, ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକ କେବଳ ସମ୍ବାଦ ପରିବେଷଣ କରିବା ଦିଗରେ ଧ୍ୟାନ ଦେବା ଉଚିତ । ନିଜସ୍ୱ ମନ୍ତବ୍ୟ ଓ ଖବରକୁ ମିଶ୍ରଣ କରି ସମ୍ବାଦ ପରିବେଷଣ କଲେ, ଖବରର ମାନ ନ୍ୟୁନ ହୋଇଥାଏ । ଏଣୁ ସାମ୍ବାଦିକମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଦିଗରେ ଯଥା ସମ୍ଭବ ଚେଷ୍ଟିତ ହେବା ଉଚିତ; ଯଦ୍ୱାରା ଉଭୟ ସମ୍ବାଦ, ସମାଜ ଓ ରାଜନୀତିର ଫର୍ଚ୍ଚା ଚିତ୍ର ଲୋକଲୋଚନକୁ ଆସିପାରିବ । ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ୍ ପୋର୍ଟାଲ ଆରମ୍ଭ ଭଳି ପଦକ୍ଷେପ ନିଶ୍ଚୟ ସମାଜ ପାଇଁ ବିଶେଷ ଉପକାରୀ ହେବ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking