39.1 C
Bhubaneswar
Tuesday, April 23, 2024
Homeଓଡିଶାକୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜନ୍ମ ଜୟନ୍ତୀ ପାଳିତ

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର : ସମାଜକୁ ସୁଧାରିବାକୁ ଯେଉଁ ଦାୟିତ୍ୱବୋଧ ଜରୁରୀ, ସେହି ଦାୟିତ୍ୱବୋଧର ସମର୍ଥ କର୍ମଯୋଗୀ ଥିଲେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା। ବଲାଙ୍ଗିର ଜିଲ୍ଲାରେ ସାମାଜିକ ସଂଗଠନ ଓ ସାମାଜିକ ବିକାଶ ଦିଗରେ ତାଙ୍କର ଅବଦାନ ଥିଲା ଅନନ୍ୟ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା ବହୁ ଅନୁଷ୍ଠାନ ତିଆରିବା ସହ ଅଂଚଳର ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ କର୍ମମୟ ଜୀବନ ଆମକୁ ପ୍ରେରିତ କରୁ ଓ ଏହି ଜୟନ୍ତୀ ଆମକୁ ସେହି ସାମର୍ଥ୍ୟଦେଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜନ୍ମ ଜୟନ୍ତୀ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କୁହାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ଶ୍ରଦ୍ଧାଞ୍ଜଳୀ ସଭାକୁ କେବଳ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତି ତର୍ପଣରେ ସୀମିତ ରଖା ଯାଇଥିଲା ।
ସାମାଜିକ ଦୁରତ୍ୱକୁ ବଜାୟ ରଖି କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ଏହି ଜୟନ୍ତୀରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୁଜାରୀ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ବଲରାମ ମିଶ୍ର, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ନବୀନ ପଶାୟତ, ଗୋପବନ୍ଧୁ ଶତପଥି, ସୁଧିର କୁମାର ମିଶ,ସନ୍ଦିପ କୁମାର କୁଅଁର, ରଘୁନନ୍ଦନ ସିଂ, ବିଷ୍ଣୁଦତ୍ତ ହୋତା, ଚନ୍ଦ୍ରଚୁଡ ପଣ୍ଡା, ଚେତନାନନ୍ଦ ପଣ୍ଡା ଓ ଡ. ପଞ୍ଚଜନ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking