27.8 C
Bhubaneswar
Thursday, April 18, 2024
Homeଓଡିଶାବିିଭିନ୍ନ ପ୍ରକଳ୍ପକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ନରସିଂହ

ବିିଭିନ୍ନ ପ୍ରକଳ୍ପକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ନରସିଂହ

ବଲାଙ୍ଗିର : ବଲାଙ୍ଗିରର ବିଭିନ୍ନ ପ୍ରକଳ୍ପ ଭୂମିହୀନଙ୍କୁ ଜମି ପ୍ରଦାନ ନେଇ ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଗତ କାଲି ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା ବୈଠକରେ ବିଶେଷ କରି ବଲାଙ୍ଗିରରେ ରହୁଥିବା ଭୂମିହୀନ ଗରିବ ଲୋକେ କିପରି ବାସଗୃହ ପାଇଁ ବିନା ମୁଲ୍ୟରେ ଜମି ଓ ଗୃହ ପାଇପାରିବେ ସେ ଉପରେ ଆଲୋଚନା ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାରେ କିଛି ଗରିବଙ୍କୁ ଜମି ଦେବା ପାଇଁ ଚିହ୍ନଟ କରାଯାଇଛି କିନ୍ତୁ ପ୍ରକୃତ ସ୍ଥିତିକୁ ଦେଖିଲେ ବଲାଙ୍ଗିରରେ କିପରି ୫୦ହଜାରରୁ ଉର୍ଦ୍ଧ୍ୱ ହେବ ଗରିବ ଲୋକ ଅଛନ୍ତି ଯେଉଁମାନେ କି ପେଟ ପାଟଣା ଅନ୍ୱେଷଣରେ ଗାଁରୁ ସହରକୁ ଆସି ବିଭିନ୍ନ ଜାଗାରେ ସରକାରୀ ଜାଗାରେ ଘର ତିଆରି କରି ରହୁଛନ୍ତି । ଯେହେତୁ ବାସଗୃହ ପାଇଁ ଜମି ଖଣ୍ଡେ ପାଇବା ହେଉଛି ଲୋକଙ୍କ ମୌଳିକ ଅଧିକାର ତେଣୁ ଯେତେ ଶିଘ୍ର ହେବ ସହର ମଧ୍ୟରେ ବିବାଦିୟ ଜମି ଚିହ୍ନଟକରି କିମ୍ବା ଯେଉଁ ଭୂମିହୀନ ଲୋକେ ନିର୍ବିବାଦିୟ ସରକାରୀ ଜମିରେ ଘରକରି ରହୁଥିବେ ସେମାନଙ୍କୁ ବାସଗୃହ ପାଇଁ ଜମି ଅଧିକାର ପ୍ରଦାନ କରିବା ପାଇଁ ତଥା ଯେଉଁ ପର୍ଯ୍ୟନ୍ତ ଭୂମିହୀନଙ୍କୁ ବାସଗୃହ ପାଇଁ ଜମି ଦିଆ ନ ଯାଇଛି ସେମାନଙ୍କୁ ସେମାନେ ରହୁଥିବା ସ୍ଥାନରୁ ବିସ୍ଥାପିତ ନ କରିବାକୁ ଉପସ୍ଥିତ ଥିବା ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ କହିଥିଲେ । ସହର ମଧ୍ୟରେ ଥିବା ବନ୍ଧମାନଙ୍କ ପାଇଁ ସଫା କରିବା ତଥା ତାର ପାରିିପାଶ୍ୱିକ ଅବସ୍ଥାରେ ପରିଚ୍ଛନ୍ନତା ଆଣିବା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ଶ୍ରୀ ମିଶ୍ର ତତ୍ପରତା ସହ କାମ କରନ୍ତୁ ବୋଲି ଅନୁରୋଧ କରିବା ସହ ଆବର୍ଜନାପୂର୍ଣ୍ଣ ବନ୍ଧ ଯେପରି ପ୍ରଦୂଷଣ କରୁଛି ତାହା ଆଉ ଗୋଟିଏ ମହାମାରି ରୂପ ନ ନେଉ ବୋଲି ଚେତେଇ ଦେଇଥିଲେ । ସହର ମଧ୍ୟରେ ଖାଲି କରାଯାଇଥିବା ଖବରଦଖଲ ଜାଗା ସବୁରେ ଉଠା ବେପାରିମାନଙ୍କୁ ଥଇଥାନ ତଥା ସେଠାରେ ବ୍ୟବସାୟ ପାଇଁ ଦରକାର ହେଉଥିବା ବିଭିନ୍ନ ମୌଳିକ ସୁବିଧାର ଶିଘ୍ର ବନ୍ଦୋବସ୍ତ କରିବା ପାଇଁ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହି କାମକୁ ଶିଘ୍ର ସମାପ୍ତ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରଣା ପୌର ଅଧିକାରୀଙ୍କୁ କହିଥିଲେ । ବିଶେଷ କରି ବଲାଙ୍ଗିର ନିର୍ବାଚନ ମଣ୍ଡଳିର ବିଭିନ୍ନ ବ୍ଲକମାନଙ୍କୁ ଆସିଥିବା ଉନ୍ନୟନ ପାଣ୍ଠି ଏବଂ ଏହାକୁ ନେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିରେ ମନ୍ଥରତା ନେଇ ଆଲୋଚନା ହୋଇଥିଲା । ଅନେକାଂଶରେ ଦେଖାଯାଉଛି ବ୍ଲକ କୁ ଆସୁଥିବା ପାଣ୍ଠି ଦ୍ୱାରା ନିର୍ମାଣ ହେଉଥିବା ଯୋଜନାରୁ ଲୋକେ ଠିକ୍ ଭାବେ ଉପକୃତ ହୋଇ ପାରୁନଥିବାରୁ ଆଗାମୀ ଦିନରେ ଏ ସବୁ ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଥିଲେ । ଏହି ବୈଠକରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking