ବଲାଙ୍ଗିର ବିଜେଡିର ସପ୍ତାହ ବ୍ଯାପି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୧୬୩ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର : ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବଲାଙ୍ଗିର ବିଜୁ ଜନତାଦଳ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ସପ୍ତାହ ବ୍ଯାପି ଅନୁଷ୍ଠିତ ହୋଇ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଓ ରାଜ୍ଯ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଓଡିଶା ମୋ ପରିବାରର ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ବଲାଙ୍ଗିର ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କର୍ମକର୍ତ୍ତା, ଯୁବ ଛାତ୍ର ଓ ମହିଳା କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ଓ ସହଯୋଗରେ ରକ୍ତଦତାମାନେ ଏଭଳି କରୋନା ମହାମାରୀ ସମୟରେ ସ୍ବଇଛାରେ ରକ୍ତଦାନ କରି ମାନବିକତାର ପରିଚୟ ସ୍ରୁଷ୍ଟି କରିଛନ୍ତି ବୋଲି ଦଳ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା କରାଯାଇଛି ।

ଆଜିର ଏହି ସପ୍ତମ ଦିନର ରକ୍ତଦାନ ଶିବିରରେ ବଲାଙ୍ଗିର ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ସଭାପତି ଗୁଞ୍ଜ ଖାନ, ବରିଷ୍ଠ ନେତା ଓମକାର ନାୟକ ନରସିଂହ ବାଗ , ଶିବ ପ୍ରସାଦ ବେହେରା, ମୁନା ଖାନ, ଭଗବାନ ବଗର୍ତୀ, ପ୍ରଦୀପ ସାହୁ, ମହେନ୍ଦ୍ର ବାଗ, ରାମ ନାଏକ, ନିହାର ରଞ୍ଜନ ସ୍ବାଇଁ, ସାନ୍ତନୁ ଭୋଇ ରାଜ୍ଯ ଛାତ୍ର ସମ୍ପାଦକ ସୁମନ ନନ୍ଦ, ସନ୍ତୋଷ ଦନ୍ତା, ବାଲାଜୀ ପଣ୍ଡା, ସମ୍ଭୁ ଚୋପଦାର, ଜିତେନ୍ଦ୍ର ସ୍ବାଇଁ, ବୁଲୁ ବେହେରା, ସଞ୍ଜିବ ନାଥ, ବେଞ୍ଜାମିନ କିରୋ, ତେଜରାଜ ଚୌଧୁରୀ, ବ୍ଯାସ ପଣ୍ଡା, ସ୍ବରୁପ ଦାସ ସହଯୋଗ କରିଥିବା ବେଳେ ସପ୍ତାହ ବ୍ଯାପି ରକ୍ତ ଭଣ୍ଡାରର ସମସ୍ତ କର୍ମକର୍ତ୍ତା ଓ ସ୍ବାସ୍ଥ୍ଯ ବିଭାଗର ସମ୍ପୁର୍ଣ୍ଣ ସହଯୋଗ କରିଥିବାରୁ ଦଳ ତରଫରୁ ଧନ୍ଯବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here