28.1 C
Bhubaneswar
Wednesday, April 24, 2024
Homeଓଡିଶାହାଇକୋର୍ଟ ବେଞ୍ଚ ତଥା ଆଇନଜୀବୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ

ହାଇକୋର୍ଟ ବେଞ୍ଚ ତଥା ଆଇନଜୀବୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ

ବଲାଙ୍ଗୀର : ଜନସାଧାରଣଙ୍କ ଆଇନ ସମ୍ମତ ଦାବିକୁ ଦଶନ୍ଧି ଦଶନ୍ଧି ଧରି ଆଖିବୁଜି ଦେଇଥିବା ସରକାର , ଆଇନଜିବୀ ମାନଙ୍କ ଉପରେ ଅନୈତିକ ତଥା ଅଣସମ୍ବିଧାକିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତଥା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସାରା ପଶ୍ଚିମ ଓଡିଶା ସହିତ ବଲାଂଗୀର ରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ଏହି ବନ୍ଦ ପ୍ରଭାବରେ ବଲାଙ୍ଗୀର ସହରରେ ଆଜି ସମସ୍ତ ଦୋକାନ-ବଜାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏଶନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ କଂଗ୍ରେସ, ବିଜେପି,ବିଜେଡ଼ି ,କୌଶଳ କ୍ରାନ୍ତୀ ଦଳ ତଥା ଜିଲ୍ଲାର ବିଭିନ୍ନ ସଙ୍ଘ ଓ ଅନୁଷ୍ଠାନ ବନ୍ଦକୁ ସମ୍ପୁର୍ଣ ସମର୍ଥନ ଜଣାଇଛନ୍ତି ।
ସ୍ଥାନୀୟ ବାରରେ ପ୍ରସ୍ତୁତି ବୈଠକ ପରେ ବିଗତ ୨ଦିନ ଧରି ଜଣ ସାଧାରଣ ଙ୍କୁ ସଚେତନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ସହରରେ ଏକ ବିଶାଳ ବାଇକ ରେଲି କରାଯାଇଥିଲା । ଆଜି ସକାଳୁ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା କରାଯାଇଥିଲା । ଆଇନଜୀବୀ ମାନଙ୍କ ଦାବୀକୁ ଦମନ କରିବାକୁଯାଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କୁ ଆମେ ବଲାଙ୍ଗିର ବାସୀ ସମ୍ପୂର୍ଣ ବିରୋଧ କରୁଛୁ । ଏହା କୁ ତୁରନ୍ତ ଫେରସ୍ତ ନିଆଯାଇ ସରକାର ଓ ଆଇନ ବିଭାଗ ଯଦି ଯଥାଶୀଘ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନ କରୁଛନ୍ତି ଏହି ଆନ୍ଦୋଳନ ଆଗକୁ ଭୟାବହ ରୂପ ନେବ ବୋଲି ବିଭିନ୍ନ ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking