29.1 C
Bhubaneswar
Thursday, October 6, 2022
Homeଓଡିଶାବାଲେଶ୍ୱରଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ ଉଦ୍ଧାର

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର : ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଅନେକ ସମୟରେ ସାମ୍ନାକୁ ଆସୁଥିବାବେଳେ, ଏବେ ପୁଣି ଏକ ବଧୂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ବିବାହାର ଦୁଇ ମାସ ନପୁରୁଣୁ ଶ୍ୱଶୁର ଘରୁ ବୋହୂ ଅପରାଜିତାଙ୍କ ଶବ ଉଠିଛି । ବାଲେଶ୍ୱର ଖଇରା ଥାନା ନାହୁଲ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅନ୍ୟପଟେ ଅପରାଜିତାଙ୍କ ପରିବାର ଲୋକେ ଶ୍ୱଶୁର ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନାନୁଯାୟୀ, ୨ ମାସ ତଳେ ଔପଦା ଥାନା ଅଧୀନ ଦୁଃଖଣ୍ଡ ଖଇରା ଗ୍ରାମର ଅପରାଜିତା ନାହୁଲ ଗ୍ରାମର ସୁଦର୍ଶନ ଦାସଙ୍କ ପୁଅ ପ୍ରମୋଦ ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଉଭୟ ପତି ପତ୍ନୀ ଅଲଗା ରହୁଥିଲେ । ତେବେ ବିବାହର ମାସେ ପରେ ପ୍ରମୋଦ ପତ୍ନୀ ଅପରାଜିତାଙ୍କୁ ନିଜ ବାପା ମାଙ୍କ ନିକଟରେ ଛାଡି କାମ କରିବା ପାଇଁ ବାହାରକୁ ଚାଲିଯାଇଥିଲେ । ଆଉ ଆଜି ଶ୍ୱଶୁର ଘରୁ ଅପରାଜିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶ୍ୱଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାବେଳ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ଖଇରା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking