37.2 C
Bhubaneswar
Friday, April 19, 2024
Homeଓଡିଶାରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା : ୧ ନିଖୋଜ

ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା : ୧ ନିଖୋଜ

ଦେବଗଡ : ଗୁରୁବାର ସନ୍ଧ୍ୟାରେ ହଠାତ ଝଡବର୍ଷା ହେବାରୁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରକୁ ମାଛମାରିବାକୁ ଯାଇଥିବା ୫ଜଣ ମତ୍ସ୍ୟଜୀବୀ ମାନଙ୍କର ଡଙ୍ଗା ବୁଡିଯାଇଥିବା ଜଣାପଡିଛି। ତେବେ ଉକ୍ତ ୫ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଭାବେ କୂଳକୁ ପହଂରି ଫେରିଆସିଥିବା ବେଳେ ଦୁଃଖ ଧିବର ନାମକ ଜଣେ ମତ୍ସ୍ୟଜୀବୀକୁ ଦମକଳ ବାହୀନୀ ଉଦ୍ଧାର କରିଥିଲେ । ତେବେ ପଟୁ ଧିବର ନାମକ ଅନ୍ୟଜଣେ ମତ୍ସ୍ୟଜୀବୀ ଏବେ ମଧ୍ୟ ନିଖୋଜ ଥିବାରୁ ଦମକଳ ବାହୀନୀ ତାଙ୍କୁ ଖୋଜୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ ସମୟରେ ହଠାତ ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅଧିନସ୍ଥ ବାଲିରୋଇ ନିକଟରେ ରହିଥିବା ରେଙ୍ଗାଳି ଡ୍ୟାମ ଜଳଭଣ୍ଡାର ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କର ଡଙ୍ଗା ବୁଡିଯାଇଥିଲା। ଫଳରେ ମତ୍ସ୍ୟଜୀବୀମାନେ ଜୀବନ ବଞ୍ଚାଇବା ପାଇଁ ପାଣିକୁ ଡିଆଁମାରିବା ସହ କୂଳକୁ ପହଁରି ଆସିବାକୁ ଉଦ୍ୟମ କରିଥିଲେ। ମାତ୍ର ବିପରିତ ଦିଗରୁ ପବନ ବୋହିବା ଯୋଗୁଁ ସେମାନେ ସହଜରେ ପହଂରି ପାରିନଥିଲେ। ଏମାନଙ୍କ ମଧ୍ୟରୁ କେତେଜଣ ନିକଟରେ ଥିବା ଏକ ତାଳଗଛରେ ଦୀର୍ଘ ସମୟଧରି ଲଟକିରହିବା ପରେ ପବନ କମିବାରୁ କୂଳକୁ ପହଂରି ଆସିଥିଲେ।
ତେବେ ବାଲିରୋଇ ଗ୍ରାମର ପଟୁ ଧିବର ଓ ଦୂଃଖ ଧିବର ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ଗ୍ରାମବାସୀମାନେ ଏ ସମ୍ପର୍କରେ ବାରକୋଟ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ଦମକଳ ବାହିନୀ ଉକ୍ତ ଜଳଭଣ୍ଡାରରେ ପଶି ପହଁରି ପହଁରି କୂଳକୁ ଆସୁଥିବା ଦୁଃଖ ଧିବରକୁ ଉଦ୍ଧାର କରିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ପଟୁ ଧିବରଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଦମକଳ ବାହିନୀ ତାଙ୍କୁ ଖୋଜିବା ଜାରୀ ରଖିଛି ବୋଲି ସୂଚନା ମିଳିଛି ।।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking