31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦଉଡ଼ିରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ ବୋଟ

ଦଉଡ଼ିରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ ବୋଟ

କୋରାପୁଟ : ଜିଲ୍ଲାର ଲମତା ପୁଟ ବ୍ଲକର ଟିକର ପୋଡ଼ା ନଦୀ ଘାଟରେ ଦଉଡିରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ ବୋଟ୍ ସେବା। କାର୍ଯ୍ୟକ୍ଷମ ନହୋଇ ପଡ଼ି ରହିଛି ନଦୀ କୂଳରେ।ଆସନ୍ତୁ ଦେଖିବା ଏଭଳି କିଛି ଦୃଶ୍ୟ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ଏହି ଗ୍ରାଉଣ୍ଡ ରିପୋର୍ଟ। ସରକାର ସ୍ବାସ୍ଥ୍ୟ ସେବା ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ସତ କିନ୍ତୁ ଏହା କେତେ ଦୂର କାର୍ଯ୍ୟ କାରି ହେଉଛି ,ସତରେ କଣ ଲୋକେ ଏହି ଯୋଜନା ର ଫାଇଦା ଉଠାଉଛନ୍ତି, ଏହି ଭିଜୁଆଲ ଗୁଡ଼ିକ ଦେଖିଲେ ସହଜରେ ଅନୁମେୟ କରି ହେଉଛି।। ଆଜିକୁ ତିନି ମାସ ପୂର୍ବେ କୋଲାବ ଜଳଭଣ୍ଡାରକୁ ଲାଗିରହିଥିବା ଲମତାପୁଟ ସିନ୍ଦିପୁଟ ଘାଟରେ ଏକ ୧୦୮ ଆମ୍ବୁଲାନ୍ସ ବୋଟ୍ ଚାରୋଟି ପଞ୍ଚାୟତ ତଥା କୁମାର ଗନ୍ଧଣା, ଟିକର ପଡା, ଉମ୍ବେଲ୍ ଓ ବନମାଳିପୁଟ ପଂଚାୟତ ର ୪୦ଟି ଗ୍ରାମ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଅଣା ଯାଇଥିଲା, କିନ୍ତୁ ଆଜିକୁ ତିନି ମାସରୁ ଉର୍ଦ୍ଧ ହେଲାଣି ପୂର୍ବ ପରି ନଦୀ କୂଳରେ ଅସହାୟ ଭାବେ ଦଉଡିରେ ବନ୍ଧା ଅବସ୍ଥାରେ ସେମିତି ପଡି ରହିଛି।

ସମସ୍ତ ମନରେ ଏକ ପ୍ରକାର ଆନନ୍ଦ ଖେଳି ଯାଇଥିଲା।କି ନିଜେ ଟଙ୍କା ଖର୍ଚ୍ଚ କରି ଲଂଚ କିମ୍ବା ଦେଶି ଡଙ୍ଗାରେ ରୋଗୀ ମାନଙ୍କୁ ନେବା ଆଣିବା କରୁ ଥିଲେ ।ଏବେ କିନ୍ତୁ ଏହି ୧୦୮ ଆମ୍ବୁଲାନ୍ସ ବୋଟ୍ ସେବା ଦ୍ଵାରା ଆମର ଦୁଃଖ ଲାଘବ ହେବ ।ଏହି ଆସା କିନ୍ତୁ ଆଶାରେ ହିଁ ରହିଗଲା।ଏବେ ସାଧାରଣ ରେ ପ୍ରଶ୍ନ ଉଠେ କି ସରକାର କାହିଁକି ଏହି ଲକ୍ଷ ଲକ୍ଷ ଟଙ୍କାର ଆମ୍ବୁଲାନ୍ସ କୁ କାର୍ଯ୍ୟ ରେ ନ ଲଗାଇ ନଦୀ କୂଳରେ ରେ ରଖା ଯାଇଛି,ଯଦି ଆମ୍ବୁଲାନ୍ସ ର କିଛି ବି ଯଦି ଚୋରି ହୁଏ ଏଥିପାଇଁ ଦାୟୀ କିଏ ରହିବ ।ଏବେ ଦେଖିବାକୁ ବାକି ରହିଲା କେବେ ଏହି ଆମ୍ବୁଲାନ୍ସ ବୋଟ୍ ସେବା କାର୍ଯ୍ୟ କାରୀ ହେବା ସହ ଏ ଅଞ୍ଚଳବାସି ଫାଇଦା ଉଠାଇ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking