34.1 C
Bhubaneswar
Friday, March 29, 2024
Homeଓଡିଶାଏଜେନ୍ସିକୁ ବିଏମ୍‌ସିର ଚିଠି : ଛଟେଇ ହେବେ ୫୮ ଡାଟା ଏଣ୍ଟ୍ରି ଅପରେଟର

ଏଜେନ୍ସିକୁ ବିଏମ୍‌ସିର ଚିଠି : ଛଟେଇ ହେବେ ୫୮ ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଶକ୍ତ ଧକ୍କା ଲାଗିଛି । ୫୮ ଜଣ କର୍ମଚାରୀଙ୍କୁ ଛଟେଇ ପାଇଁ ସମ୍ପୃକ୍ତ ଏଜେନ୍ସିକୁ ବିଏମ୍‌ସି ପକ୍ଷରୁ ଚିଠି ପ୍ରଦାନ କରାଯାଇଛି । କାର୍ଯ୍ୟ ତୁଳନାରେ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଉକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ କରାଯାଉଥିବା ଚିଠିରେ ଦର୍ଶାଯାଇଛି । ଗତ ୧୭ ତାରିଖରେ ଏନେଇ ଚିଠି ଲେଖାଯାଇଛି । ଆସନ୍ତା ଜୁନ୍ ୧ ତାରିଖରୁ ଉକ୍ତ କର୍ମଚାରୀମାନଙ୍କୁ କାର୍ଯ୍ୟକୁ ନଆସିବା ପାଇଁ ଡେପୁଟି ମେୟର ଏଜେନ୍ସିକୁ ଜଣାଇଛନ୍ତି ।

ଅନ୍ୟପଟେ ୩ବର୍ଷର ଅଧିକ ଦିନ ଧରି ବିଏମ୍‌ସି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏପରି ହଠାତ୍ ଛଟେଇ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମ୍ପୃକ୍ତ କର୍ମଚାରୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ତେବେ କାର୍ଯ୍ୟକାଳ ବୃଦ୍ଧି ପାଇଁ ସେମାନେ ମେୟରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାତ୍ୟା ‘ଫନି’ ଠାରୁ ଆରମ୍ଭ କରି ‘କରୋନା’ ମହାମାରୀ କାଳରେ ସେମାନେ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ବିଏମ୍‌ସିର ସମସ୍ତ କାର୍ଯ୍ୟରେ ଦକ୍ଷତା ସହ ନିଜକୁ ପ୍ରମାଣିତ କରିଥିଲେ ମଧ୍ୟ ଏପରି ଛଟେଇ କରାଯିବା ଉଚିତ୍ ନୁହେଁ ବୋଲି କର୍ମଚାରୀମାନେ କହିଛନ୍ତି । ବିଏମ୍‌ସିର ଏପରି ନିଷ୍ପତ୍ତି ଫଳରେ ସେମାନେ ଓ ସେମାନଙ୍କ ପରିବାର ଆର୍ଥିକ ସମସ୍ୟାରେ ପଡ଼ିବେ ବୋଲି ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking