29.1 C
Bhubaneswar
Friday, April 26, 2024
HomeUncategorizedକେବଳ ବିମାନ ବନ୍ଦରରେ ଟିମ କାର୍ଯ୍ୟ କରିବ : ବିଏମସି

କେବଳ ବିମାନ ବନ୍ଦରରେ ଟିମ କାର୍ଯ୍ୟ କରିବ : ବିଏମସି

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚୁଥିବା ଯାତ୍ରୀଙ୍କର ନାମ ପଞ୍ଜୀକରଣ କାର୍ଯ୍ୟ ବିଏମସି ତରଫରୁ କରାଯିବ । ଥର୍ମାଲ ସ୍କ୍ରିନିଂ ସହ ଯାତ୍ରୀଙ୍କ ହାତରେ ସଙ୍ଗରୋଧ ପାଇଁ ଷ୍ଟାମ୍ପ ମଧ୍ୟ ଲଗାଯିବ । ଏନେଇ ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ରେଳ ଷ୍ଟେସନରେ ଯାତ୍ରୀଙ୍କ ଯାଞ୍ଚ ବା ତନଖି କରିପାରିବ ନାହଁ । ଜୁନ୍ ୧ରୁ ଭୁବନେଶ୍ବର ରେଳ ଷ୍ଟେସନ ଦେଇ ୧୦ଟି ଟ୍ରେନ୍ ଚଳାଚଳ କରୁଛି। ଜୁନ୍ ୮ରୁ ଅନ୍ତଃରାଜ୍ୟ ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅଧିକ ଟ୍ରେନ୍ ଚଳାଚଳ କରିବା ଆରମ୍ଭ ହୋଇ ଥିବାରୁ ଯାତ୍ରୀଙ୍କ ଯାଞ୍ଚ ବା ତନଖି ପାଇଁ ବିଏମ୍ସି କର୍ତ୍ତୃପକ୍ଷ ରେଳ ଷ୍ଟେସନକୁ ଟିମ୍ ପଠାଇ ପାରିବେନି ବୋଲି ଜଣାଇଛନ୍ତି। ଗତକାଲି ଠାରୁ ବି ବିଏମ୍ସି ଟିମ୍ ଷ୍ଟେସନକୁ ଆସୁନି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଏବେ ୧୦ଟି ଟ୍ରେନ୍ ଚଳାଚଳ କରୁଥିବା ବେଳେ ଆଗକୁ ଅଧିକ ଟ୍ରେନ୍ ଚଳାଚଳ କରିବ।
ରେଳ ଷ୍ଟେସନରେ ୨୪ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିବ । ଏହା କରିବା ବିଏମସି ପକ୍ଷରୁ ସମ୍ଭବ ନୁହେଁ ବୋଲି କୁହାଯାଇଛି । ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କୁ ୨୪ଘଣ୍ଟା ଷ୍ଟେସନରେ ମୁତୟନ କରିବା ସମ୍ଭବ ବି ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହୁଛି। ତେଣୁ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ ଷ୍ଟେସନରେ ଥର୍ମାଲ୍ ସ୍କ୍ରିନଂ କରିବାକୁ କୁହାଯାଇଛି। ଯେଉଁ ଯାତ୍ରୀ ଷ୍ଟେସନକୁ ଆସୁଛନ୍ତି ଏବଂ ଯେଉଁମାନେ ଓହ୍ଲାଉଛନ୍ତି ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରିବାକୁ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।ତେଣୁ ବିଏମସି ଟିମ୍ କେବଳ ବିମାନ ବନ୍ଦରରେ କାର୍ଯ୍ୟ କରିବ ଓ ରେଳ ଷ୍ଟେସନରେ କାର୍ଯ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking