28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭୁବନେଶ୍ୱର ଜୁଡିସିଆଲ କଂପ୍ଲେକ୍ସ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର ଜୁଡିସିଆଲ କଂପ୍ଲେକ୍ସ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଜୁଡିସିଆଲ କଂପ୍ଲେକ୍ସ ଅଂଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଲୁଇସ ରୋଡ୍ ଅଂଚଳସ୍ଥ ଜୁଡିସିଆଲ କଂପ୍ଲେକ୍ସ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଂଚଳ ଘୋଷଣା ହୋଇଛି । ସିଭିଲ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହି ପଦକ୍ଷେପ ନିଆଯାଇଛି । କଣ୍ଟେନମେଣ୍ଟରୁ ଉପଜିଲ୍ଲାପାଳ ଅଫିସ, ତଦସିଲ୍‌, ସବରେଜିଷ୍ଟ୍ରାର ଅଫିସକୁ ବାଦ୍ ଦିଆଯାଇଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ବିଏମସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ।
ସୂଚନାଯୋଗ୍ୟ, ପ୍ରତିଦିନ ରାଜ୍ୟରେ ନୂଆ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏବେ ଏହା ଚିନ୍ତାର ବିଷୟ ପାଲଟିଛି । ଆଜି ପୁଣି ରାଜ୍ୟରେ ୩୦ ଜିଲ୍ଲାରୁ ୪୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୨୪୬୬ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୭୧୪ ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୧,୭୧,୩୪୧ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧,୩୩,୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୭,୧୪୦ ଜଣ ଏବେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking