32.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ କାଏମ । ବିଏମସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ଫଳରେ ବିଏମସିର ୬୭ ଟି ୱାର୍ଡ ପାଇଁ ବର୍ତ୍ତମାନ ୩୪୨ ଜଣ ଯୋଗ୍ୟ ପ୍ରାର୍ଥୀ ରହିଲେ । ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରିଷ୍ଠ ଆଏଏସ୍ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅବଜରର୍ଭର ଭାବେ ଦାୟିତ୍ୱ ଦିଆଯାଇଛି । ତେବେ ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍ ଗଣତି ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ôଥପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ । ପ୍ରତି ବୁଥ୍‌ରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମ୍‌ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍ ଦେଇ ହେବ । ଅନ୍ୟ ଇଭିଏମ୍‌ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ୍ ଦେଇ ହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ । ୧୦୬ ଏନ୍‌ଏସି/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବ ନାହିଁ । ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି । ତେବେ ସିଟ୍ ରିଜରଭେସନ୍ ନେଇ ହୋଇଥିବା ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking