37.2 C
Bhubaneswar
Friday, April 19, 2024
Homeଓଡିଶାସାଇକେଲରେ ଶୁକ୍ରବାର

ସାଇକେଲରେ ଶୁକ୍ରବାର

ଭୁବନେଶ୍ୱର: ଏଣିକି ପ୍ରତି ଶୁକ୍ରବାର ବିଏମସି, ବିଡିଏ ଓ ସ୍ମାର୍ଟ ସିଟି କର୍ମଚାରୀ ଓ ଅଧିକାରୀ ସାଇକେଲରେ ଅଫିସ୍ ଆସିବେ । ଏ ନେଇ ବିଏମସି କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତା ଶୁକ୍ରବାରରୁ ଏହି ନିୟମକୁ କଡାକଡି ଭାବରେ ପାଳନ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିୟମ ତିନି ପ୍ରମୁଖ ସଂସ୍ଥାର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ବିଏମସି । ଅଫିସ କାମ ପାଇଁ ଅଫିସରଙ୍କ ନିମନ୍ତେ ନିୟୋଜିତ ଗାଡି ବି ଶୁକ୍ରବାର ମନା ।
ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ କରିବାକୁ କର୍ତ୍ତୃପକ୍ଷଙ୍କ ପ୍ରୟାସ । ରାଜଧାନୀରେ ପ୍ରଦୂଷଣର ମାତ୍ରା ବଢିବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହେଲାଣି ।ତେବେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏବେ ପ୍ରତି ଶୁକ୍ରବାର ବିଏମସି, ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ କର୍ମଚାରୀମାନେ ସାଇକେଲରେ ଅଫିସ୍ ଆସିବେ । ଶୁକ୍ରବାର ଦିନ ତିନୋଟି ସଂସ୍ଥାର କ୍ୟାମ୍ପସକୁ କୌଣସି କର୍ମଚାରୀ କି ଅଧିକାରୀଙ୍କ ଗାଡି ଛଡା ଯିବନି । କେବଳ ଜରୁରୀକାଳିନ ଗାଡ଼ି ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ନିୟମକୁ କର୍ମଚାରୀମାନେ ସ୍ୱାଗତ କରିଛନ୍ତି । ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଶରୀର ସୁସ୍ଥ ରହିବା ସହ ପରିବେଶ ବି ସୁସ୍ଥ ରହିବ ବୋଲି କର୍ମଚାରୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking