ରାସ୍ତାକଡରେ ଦୀପ ଦୋକାନ ଖୋଲିବା ମନା

ଭୁବନେଶ୍ୱର : ରାଜ୍ୟରେ କରୋନା ଲହରୀ ଥିବାରୁ ଅନେକ କଟକଣା ଲାଗୁ ହେଉଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ରାସ୍ତାକଡରେ ଦୀପ ଦୋକାନ ଖୋଲିବାକୁ ମନା ହୋଇଛି । ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଅନୁମତି ମିଳିବ । ଏନେଇ ଭୁବନେଶ୍ୱର ମହାନିଗର ନିଗମ ବା ବିଏମସି ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏହା ପୂର୍ବରୁ ବାଣ ବିକ୍ରିିକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ଦୀପାବଳିରେ ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ତେଣୁ ଏଥର ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here