37.1 C
Bhubaneswar
Thursday, March 28, 2024
Homeଅପରାଧଟିକେଟ ପାଇଁ ଟିଏମ୍‌ସିରେ ରକ୍ତପାତ: ଦୁଇ କର୍ମୀଙ୍କୁ ହତ୍ୟା

ଟିକେଟ ପାଇଁ ଟିଏମ୍‌ସିରେ ରକ୍ତପାତ: ଦୁଇ କର୍ମୀଙ୍କୁ ହତ୍ୟା

ଦିନାଜପୁର: ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ ବଣ୍ଟା ଉପରେ ଜାରି ରହିଥିବା ବିବାଦ କାରଣରୁ ଟିଏମ୍‌ସିର ଦୁଇ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି । ଦୁଇ କର୍ମୀଙ୍କ ହତ୍ୟା ଅଭିଯୋଗ ଟିଏମ୍‌ସିର ଏକ ଗୋଷ୍ଠୀ ଉପରେ ରହିଛି । ଅର୍ଥାତ ଦୁଇଟି ହତ୍ୟା ମମତା ବାନାର୍ଜୀଙ୍କ ପାର୍ଟି ଭିତରେ ପରସ୍ପା ମଧ୍ୟରେ ହୋଛି । ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାର ମୃତ ଦୁଇ କର୍ମୀଙ୍କ ଚିହ୍ନଟ ୬୪ ବର୍ଷୀୟ ଫୈଜୁଲ ରହମାନ ଓ ୫୨ ବର୍ଷୀୟ ମହମ୍ମଦ ହାସୁ ଭାବରେ ହୋଇଛି । ଏହାଛଡା ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭବରେ ଆହତ ହୋଇଛନ୍ତି । ପୋଲିସ ଏହି ମାମଲାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି । ପଶ୍ଚିମବଙ୍ଗରେ ଆଗାମୀ କିଛି ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଞ୍ଚାତୟ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ସବୁ ପାର୍ଟିର ଏଥିରେ ପରୀକ୍ଷା ହୋଇଯିବ ।

ଗୁରୁବାର ଉତ୍ତର ଦିନାଜପୁର ଜିଲ୍ଲାର ଚୋପରା ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଉଦେଶ୍ୟରେ ଦିଘିପାନା ଗାଁରେ ବୈଠକ ଡକାଯାଇଛି । ଏହି ସମୟରେ ପାର୍ଟିର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ଘଟଣା ସେତେବେଳେ ହୋଇଥିଲା, ଯେତେବେଳେ ମିଟିଂ ପରେ ଟିଏମ୍ସିର କର୍ମୀ ଘରକୁ ଫେରୁଥିଲେ । ଏହି ସମୟରେ ସଂଘର୍ଷ ହୋଇଥିଲା ଓ ବହୁ ରାଉଣ୍ଡ ଫାୟାରିଂ ହୋଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଟିଏମ୍ସି ନେତା ଫୈଜୁଲ ରହମାନଙ୍କ ପୁଅ କହିଛନ୍ତି, ଏହି ହତ୍ୟା ପାରସ୍ପାରିକ କଳହ କାରଣରୁ ହୋଇଛି । ଫୈଜୁଲଙ୍କ ପୁଅ ମହମ୍ମଦ କାଦିର କହିଛନ୍ତି, ମୋ ବାପା ଟିଏମ୍ସିର ନେତା ଥିଲେ । ଗୁରୁବାର ମଧ୍ୟାହ୍ନରେ ସେ ପାର୍ଟିର ଅନ୍ୟ ଲୋକଙ୍କ ସହିତ ଦିଘିପାନ ଅଫିସ ଯାଇଥିଲେ । ଏହି ସମୟରେ ତାଙ୍କର କିଛି ଅନ୍ୟ ନେତାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ମିଟିଂ ଶେଷ ହେବାପରେ ପାର୍ଟିର ଦୁଇ ଗୋଷ୍ଠୀ ନାସିର ଓ ସଲିମ୍ ତାଙ୍କ ଉପରକୁ ଫାୟାରିଂ କରିବା ଆରମ୍ଭ କରିଦେଇଥିଲେ । ମୋ ବାପାଙ୍କ ଛାତିରେ ଗୁଳି ବାଜିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking