ଗାନ୍ଧୀ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

ଉଦଳା: ଆଜି ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଉଦଳା ବିଶ୍ଵ ହିନ୍ଦୁ ପରିଷଦ ଦ୍ବାରା ଏକ ରକ୍ତ ଦାନ ଶିବିର ଆୟଯୋନ କରାଯାଇଅଛି । କରନା ମହାମାରୀ ସମୟରେ ଉଦଳା ରକ୍ତ ଭଣ୍ଡାର ର ଆବଶ୍ୟକ ଦୃଷ୍ଟିରୁ ବିଶ୍ଵ ହିନ୍ଦୁ ପରିଷଦ ଉଦଳା, କପ୍ତିପଦା ଉପଖଣ୍ଡ ତରଫରୁ ଏକ ନିଆରା ପ୍ରୟାସ କରାଯାଇଅଛି।ଉକ୍ତ ରକ୍ତ ଦାନ ଶିବିର ରେ covid 19 ର ଗାଇଡ଼ ଲାଇନ ଅନୁସାରେ ସମସ୍ତ ନିୟମ କୁ ଆଖି ଆଗରେ ରଖି ଏହି ଶିବିର ଆୟଯୋନ ହୋଇଛି। କେବଳ ଉଦଳା ନୁହଁ କାପ୍ତିପଦା, ରାଢ, ମାଉଦା, ପ୍ରଫୁଲ୍ଲ ଚନ୍ଦ୍ର ପୁର ଇତ୍ୟାଦି ଅଞ୍ଚଲରୁ ବହୁ ସଂଖ୍ୟକ ବ୍ୟକ୍ତି ସ୍ୱାଇଛାରେ ରକ୍ତ ଦାନ କରିଛନ୍ତି। ଏହି ଶିବିର ର କୁ ମୟୂରଭଞ୍ଜ ର ସାଂସଦ ମାନ୍ୟବର ଇଂ ବିଶେଶ୍ୱର ଟୁଡୁ, ଉଦଳା ର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଭାଷ୍କର ମଢେଇ, ହରିହର ତ୍ରିପାଠୀ, ପ୍ରଶାନ୍ତ ଆଚାର୍ଯ୍ୟ, ଦିବାକର ତ୍ରିପାଠୀ, ରମାକାନ୍ତ ନାୟକ, ଡାକ୍ତର ଖଗେଶ୍ବର ସିଂହ, ଅମିତ୍ ପୃଷ୍ଟି, ଇଂ ନାରାୟଣ ପୃଷ୍ଟି, ହେମନ୍ତ ବେହେରା, ଅନିତ୍ ପୃଷ୍ଟି, ରେଣୁବାଳା ପାତ୍ର, ଦୟାନିଧି ପାତ୍ର, ସୁଶାନ୍ତ ବାରିକ୍, ହୃଦେଶ୍ୱର ଘଡିଆଳ, ଶୁଭଦିପ ମହାନ୍ତି , ଧୀରେନ୍ଦ୍ର ଖଣ୍ଡେୱାଲ , କମଳାକାନ୍ତ ଲେଙ୍କା ପ୍ରମୁଖଙ୍କ ଉପସ୍ଥିତ ଥିଲେ । ଉଦଳା ରକ୍ତ ଭଣ୍ଡାର ଦାୟିତ୍ଵ ରେ ଥିବା ସୁଶାନ୍ତ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତ ଦାନ ଶିବିର ସୁଚାରୁ ରୁପେ ଚାଲିଥିଲା। ଉଦଳା ରକ୍ତ ଭଣ୍ଡାର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ନିଜ କାର୍ଯ୍ୟ ସୁଚାରୁ ରୂପେ ପାଳନ କରିଥିଲେ। ମହାମାରୀ କରୋନା ସମୟରେ ମଧ୍ୟ ରକ୍ତ ଭଣ୍ଡାର ର ରକ୍ତ ଆବଶ୍ୟକ ଥିବାବେଳେ ଯୋଉ ବଦାନ୍ୟ ବ୍ୟକ୍ତି ମାନେ ରକ୍ତ ଦେଇ ଏକ ମହାନ କାର୍ଯ କରିଛନ୍ତି ସେମାନଙ୍କ ଏହିଭଳି କାର୍ଯ୍ୟ ସବୁ କ୍ଷେତ୍ରରେ ସ୍ବାଗତ ଯୋଗ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here