39.1 C
Bhubaneswar
Wednesday, April 24, 2024
Homeଓଡିଶାନରସିଂହ ସେନା ପକ୍ଷରୁ ରକ୍ତଦାନ ଶିବିର

ନରସିଂହ ସେନା ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ନରସିଂହ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦେଶରେ ମହାମାରି କରୋନାର ଦ୍ୱିତୀୟ ଲହରି ଚାଲିଛି । ଏ ସମୟରେ ବିଭିନ୍ନ ବ୍ଲଡ ବ୍ୟାଙ୍କରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ନରସିଂହ ସେନା ଛତାମଖନା ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରିଥିଲା । ଏହି ରକ୍ତଦାନ ଶିବିରରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ନରସିଂହ ସେନାର ସଭାପତି ଯୁବ ନେତା ତଥା ସମାଜସେବୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ଉଦ୍ୟମରେ ସ୍ଥାନୀୟ ପଂଚାୟତ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ପିସିସି ଅନୁସୂଚିତ ଜନଜାତି ସେଲ ସଭ୍ୟ ଲୋକନାଥ କୁମୁରା ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ମନୀଷ ମିଶ୍ର ଯୋଗଦାନ କରି ଉପସ୍ଥିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ଅନେକ ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଦୁଇ ଜଣ ମହିଳା ସୁନିତା ମିଶ୍ର ଏବଂ ପୁଷ୍ପାଞ୍ଜଳି ଭୋଇ ପ୍ରଥମେ ରକ୍ତଦାନ କରି ମହିଳା ମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ଦେଇଥିଲେ । ଜାମଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ଞାନ ରଂଜନ ଦାଶ, ଆଶାକର୍ମୀ ରୁକ୍ମଣି ଭୁଏ ଏବଂ ବଲାଙ୍ଗିର ବଲାଙ୍ଗିର ବ୍ଲଡ ବ୍ୟାଙ୍କ ଅଧିକାରୀ ନରେଶ ଚନ୍ଦ୍ର ମିଶ୍ର, ଶେକ୍ ଅସରଫ, ଅକ୍ଷୟ ବାଗ, ସୁଶିଲ ସୁନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିରକୁ ସଫଳ ଆୟୋଜନ ପାଇଁ ସରପଂଚ ଜନ୍ମଜୟ ବାରିକ, ଉପ-ସଭାପତି ନରେନ୍ଦ୍ର ମିଶ୍ର, ସଂପାଦକ ରାଜ କିଶୋର ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର ଏବଂ ପୂର୍ବତନ ସରପଂଚ ସରୋଜ ମେଶ୍ୱା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking