ଦ୍ବିତୀୟ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଘାଟିତ

ବଲାଙ୍ଗୀର, – ଓଡିଶା ମୋ ପରିବାର ତରଫରୁ ବିଜେଡି ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହି କ୍ରମରେ ବଲାଙ୍ଗୀର ସଦର ମହକୁମା ଠାରେ ବିଜେଡି ତରଫରୁ ସ୍ଥାନୀୟ ପ୍ୟାଲେସ ଲାଇନ ଠାରେ ଥିବା ମୀନା ଟେଣ୍ଟ ହାଉସ ଠାରେ ଏକ ମେଗା ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି  । ଆଜି ଦ୍ବିତୀୟ ଦିନ ର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥି  ଯୋଗ ଦେଇ ଦ୍ବିତୀୟ ଦିନ ର ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ  ।
               ଏହି ଅବସରରେ ମୁଖ୍ୟ ଅତିଥି ଶତପଥି ରକ୍ତଦାତାମାନଙ୍କୁ ଚାରା ଗଛ ଦେବା ସହିତ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ  ।
ସୁଚନା ଅନୁସାରେ, ତିନିଦିନ ଧରି ଏହି ରକ୍ତଦାନ କାର୍ଯ୍ୟକ୍ରମରେ ପ୍ରଥମ ଦିନ ୧୧୧ୟୁନିଟ ସଂଗ୍ରହୁତ ହୋଇଥିବା ବେଳେ ଆଜି ଦେଓଗାଁ ବ୍ଲକର ସ୍ବେଛାସେବୀ ମନେ ୧୯୧ ୟୁନିଟ ରକ୍ତଦାନ କରିବାରେ ସଫଳ ହୋଇଥିଲେ । ଏହି ଅବସରରରେ ଲଗାତାର ୩ ଦିନ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇ ଥିବା ବେଳେ ଆସନ୍ତା କାଲି ରାଜ ପରିବାର ର ନେତୃବୃନ୍ଦ ଯୋଗ ଦେଇ ରକ୍ତଦାତାଙ୍କୁ ଆହୁରି ଉତ୍ସାହିତ କରିବାର ଆଶା ପ୍ରକାଶ କରିଛନ୍ତି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଗକ ସାଗର ସଙ୍ଗମ ଶତପଥି ।
                  ଦ୍ବିତୀୟ ଦିନର ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ଋଣ ମେହେର, ପୂର୍ବତନ ବିଡ଼ିସିସି ଚେଆରମାନ ଲକ୍ଷମନ ମେହେର , ବ୍ଲକ ସଭାପତି ସୁଶୀଲ ଚାନ୍ଦ, ଦଳର ଉପସଭାପତି ଉମାଶାଙ୍କର ସିଂ, ଶୈଳେନ୍ଦ୍ର ସାହୁ,ଦୟାନିଧି ଖମାରୀ , ଦୀପକ ବେହେରା, ଅନ୍ତର୍ଜାମୀ ବେହେରା, କୁସମଣି ମେହେର, ଜୟ ରଣା, ସୁନୀଲ ମେହେର , ହିତେଶ ଦଲାଇ ଓ ସୁଶାନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ସେବା ଶୁଶ୍ରୁଷା କରିବା ସହ ସେମାନଙ୍କୁ ଉତ୍ସାହିତ କରଥିଲେ ।