31.1 C
Bhubaneswar
Saturday, April 20, 2024
Homeଓଡିଶାମହିଳା କଂଗ୍ରେସର ରକ୍ତଦାନ ଶିବିର

ମହିଳା କଂଗ୍ରେସର ରକ୍ତଦାନ ଶିବିର

ବଲାଙ୍ଗୀର,- ଯୁଗ ଯୁଗରେ ସମାଜ କୁ ବିପତ୍ତିରୁ ବଞ୍ଚାଇବା ପାଇଁ ନାରି ସମାଜ ଅଗକୁ ଆସିଛି । ବିଭିନ୍ନ ବଳିଦାନ ମାଧ୍ୟମରେ ସମାଜକୁ ପୁଣି ସୁରକ୍ଷିତ କରି ପାରିଛି । ବର୍ତ୍ତମାନ କରୋନା ବିପତ୍ତି ସମୟରେ ମଧ୍ୟ ସଂକ୍ରମଣକୁ ଖାତିର ନକରି ବଲାଙ୍ଗିର କିଛି ନାରି ରକ୍ତଦାନ କରି ସମାଜ ପାଇଁ ଜିବନର ଆଶା ଜଗାଇଥିବା ଦେଖାଯାଇଛି । ବଲାଙ୍ଗିର ରକ୍ତଭଣ୍ଡାରରେ ରକ୍ତାଭାବକୁ ଦୁର କରିବା ପାଇଁ ଆଜି କଂଗ୍ରେସ ନେତ୍ରି ମିଳନି ସାହୁଙ୍କ ନେତୃତ୍ୱରେ ଛଅ ଜଣ ନାରି ସ୍ତାନିୟ ରକ୍‌ତ ଭଣ୍ଡାର ରେ ରକ୍ତଦାନ କରିଛନ୍ତି । ଯାହା ନିହାତି ଭାବେ ବଲାଙ୍ଗିରବାସିଙ୍କୁ ପ୍ରେରଣା ଯୋଗାଇବ ବୋଲି କଂଗ୍ରେସ ନେତ୍ରି ମିଲନି ସାହୁ କହିଛନ୍ତି । ତେବେ ଆଜିର ଏହି ରକ୍ତଦାନ ଶିବିରରେ ମିଲନି ସାହୁ, ମିରା ବେହେରା , ରଶ୍ମିତା ବେହେରା, ଅନିତା ସେଠ, କମଳିନି ବେହେରା ଓ ଶାନ୍ତିଲତା ସାହୁ ରକ୍ତଦାନ କରିଥିଲେ ।
ପ୍ରକାଶ ଯୋଗ୍ୟ ଯେ, କରୋନା ପ୍ରଭାବରୁ ରକ୍ତ ଭଣ୍ଡାର ରେ ରକ୍ତଦାତାଙ୍କ ଅଭାବ ଦେଖାଯାଇଥିଲ।। ଫଳରେ ବଲାଙ୍ଗିର ରକ୍ତଭଣ୍ଡାରରେ ରକ୍ତାଭାବ ପରିଳକ୍ଷୀତ ହୋଇଥୀଲ।। ରକ୍ତଭଣ୍ଡାର ଅଧିକାରିଙ୍କ ନିବେଦନ କ୍ରମେ ସହର ରେ ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ରକ୍ତଦାନ ଶିବିର ଆୟୋଜନ କରିଥିଲେ । କିନ୍ତୁ ସହରରେ ରକ୍ତାଭାବକୁ ପ୍ରକୃତରେ ଦୁର କରିବାକୁ ହେଲେ ଗୋଟିଏ ଦିର୍ଘ ମିଆଦି ଶିବିରର ଆବଶ୍ୟକତାକୁ ହୃଦୟଙ୍ଗମ କରି ବଲାଙ୍ଗିର ନଗର କଂଗ୍ରେସ କମିଟି, ଜିଲ୍ଲା ଉପସଭାପତି ମନିଷ ମିଶ୍ର ଓ ନଗର ସଭପତି ବୁଲୁ ଦାନିଙ୍କ ନେତୃତ୍ୱରେ ଦିର୍ଘ ଏକ ମାସ କାଳ ପର୍ଯ୍ୟନ୍ତ, ନିତି ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲ।। ସେହିକ୍ରମରେ ଆଜି ସ୍ଥାନିୟ କଂଗ୍ରେସ ନେତ୍ରି ମିଲନି ସାହୁଙ୍କ ନେତୃତ୍ୱ ଏକ ମହିଳା ଦଳ ରକ୍ତଦାନ କରିଥିଲେ । ଆଜିର ଏହି କାଯ୍ୟକ୍ରମରେ ମହିଳା ସେବା ଦଳର ସଭାନେତ୍ରି ଅର୍ଣ୍ଣପୁର୍ନା ବଢିଆ,ସବିତା ଶତପଥୀ, କଂଗ୍ରେସ ନେତା ଅଜୟ ବାଲି, ଅସିତ ମିଶ୍ର, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ,ଅନ୍ତ ବେହେରା , ସୋମ୍ୟଦିପ ସରାଫ, ମେଘନାଥ ବେହେରା , ପୁରନ୍ଦର ପ୍ରଧାନ, କୈଳାସ ମିଶ୍ର, କିରନ ସେଠ, ସଞ୍ଜୟ ମିଶ୍ର,ଲୋପନ ମିଶ୍ର, ଟୁନା ସାହୁ ପ୍ରମୁଖ ସାମଜିକ ଦୁରତ୍ୱ ପାଳନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ପତ୍ତା ମିଳୁନି ଯୋଗାଣ ନିରୀକ୍ଷକଙ୍କ, ଲୋକେ ରାସନ ପାଇବାରୁ ବଞ୍ଚିତ

ବଲାଙ୍ଗିର/ବଙ୍ଗୋମୁଣ୍ଡା,-ଅନେକ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ରୁ ବଂଚିତ ରହିଥିବା ବେଳେ ରାସନକାର୍ଡ ପାଇଥିବା ହିତାଧିକାରୀ ମାନଙ୍କ ଆଧାର କାର୍ଡ ସଂଯୋଗୀ କରଣ ହୋଇପାରୁନଥିବାରୁ ସେମାନେ ସରକାରି ସହାୟତା ତାଲିକା ରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି । ଏପରି ସ୍ଥଳେ ଅନେକ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କାର୍ଡ ରେ ନାମ ନ ଥିବା ନେଇ କିମ୍ବା ନୂତନ କାର୍ଡର ଅନୁରୋଧ ନେଇ ଆସୁଥିବା ହିତାଧିକାରୀ ମାନେ, ବ୍ଲକ ରେ ଯୋଗାଣ ନିରୀକ୍ଷକଙ୍କୁ ଖୋଜି ଖୋଜି ତାଙ୍କର ପତ୍ତା ପାଉନଥିବା ବେଳେ ଶେଷରେ ହତାଶ ହୋଇ ଫେରି ଯାଉଥିବା ଅଭିଯୋଗ କରୁଛନ୍ତି । ଠିକ ଲକଡାଉନ୍ ସମୟରେୁ ଯୋଗାଣ ନିରୀକ୍ଷକଙ୍କ ବ୍ଲକ ରେ ଦେଖା ମିଲୁନଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକରେ ଗରିବ ଜନସାଧାରଙ୍କ ମଧ୍ୟରେ ଖାଦୟ ନପାଇବା ନେଇ ଆଶଙ୍କା ବଢୁଛି । ଏପଟେ ଯୋଗାଣ ନିରିକ୍ଷକଙ୍କ ଅନୁପସ୍ଥିତି ରେ କାହାରିକୁ ଦାୟିତ୍ୱ ମଧ୍ୟ ଦିଆଯାଇନଥିବା ସୁତ୍ର ରୁ ପ୍ରକାଶ । ଯୋଗାଣ ନିରୀକ୍ଷକ ଙ୍କୁ ଅନୁପସ୍ଥିତି ସଂପର୍କ ରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଙ୍କୁ ଫୋନ ଯୋଗେ ବାରମ୍ବାର ଯୋଗା ଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଲିପାରିନାହିଁ । ଏ ସଂପର୍କ ରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଙ୍କୁ ଯୋଗା ଯୋଗ କରିବାରୁ, ତଦନ୍ତ କରିବା ସହ ଦୋଷି ଅଧିକାରୀ ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ପ୍ରଶାସନ ତୁରନ୍ତ ଲୋକଙ୍କ ଅଭୀଯୋପ୍ର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking