30.1 C
Bhubaneswar
Wednesday, April 24, 2024
Homeଓଡିଶାଲକ୍ ଡାଉନ ସମୟରେ ନଗର କଂଗ୍ରେସର ରକ୍ତଦାନ ଶିବିର

ଲକ୍ ଡାଉନ ସମୟରେ ନଗର କଂଗ୍ରେସର ରକ୍ତଦାନ ଶିବିର

 
ବଲାଙ୍ଗୀର,- ଦେଶସାରା କରୋନା ମହାମାରି ଭୟାବହତା ପାଇଁ ଲକ୍ ଡାଉନ ଚାଲିଥିବା ବେଳେ ପ୍ରାୟତଃ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଲୋକଙ୍କର ଚଳ ପ୍ରଚଳ, ଜନଗହଳି ଜିଲ୍ଲା ପ୍ରଶାସନ ଦ୍ୱାରା ବାରଣ କରାଯାଇଥିବା ଦୃଷ୍ଟିରୁ ଅନେକ ସ୍ଥାନ ମାନଙ୍କରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ଗୁଡିକ ହୋଇପାରୁନାହିଁ । ଫଳରେ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖାଦେଇଛି । ତେଣୁ ବଲାଙ୍ଗିର ନଗର କଂଗ୍ରେସ ସ୍ଥାନୀୟ ଭୀମ ଭୋଇ ହସପିଟାଲ ପରିସରରେ ଥିବା ରେଡକ୍ରସର ରକ୍ତଭଣ୍ଡାରରେ ନିୟମିତ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ହାତକୁ ନେଇଥିବା ନଗର କଂଗ୍ରେସ ସୁଚନା ଦେଇଛି । ଏହି କ୍ରମରେ ଆଜି ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଆରମ୍ଭ କରାଯାଇଛି । ପ୍ରତ୍ୟେକ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ କାର୍ଯ୍ୟକ୍ରମରେ ନଗର କଂଗ୍ରେସର ସ୍ୱେଚ୍ଛାସେବୀ ୮/୧୦ ଜଣ ଲେଖାଏଁ ରକ୍ତଦାନ କରିବେ । ଆଜି ପ୍ରଥମ ଦିନରେ କଂଗ୍ରେସର ୯ ଜଣ ସକ୍ରିୟ କର୍ମୀ ରକ୍ତଦାନ କରିଥିଲେ । ରକ୍ତଦାନ କରିଥିବା ରକ୍ତଦାତାମାନେ ହେଲେ କୁଳମଣି ସାହୁ, ସଂଜୟ କୁମାର ସୁନା, କମଳ କୁମାର ଷାଣ୍ଢ, ବିଷ୍ଣୁ ମନହିରା, ଖୁସିରାମ ସାହୁ, ଦିପାଞ୍ଜଳୀ ସାହୁ, ଜିତେନ୍ଦ୍ର ରାଉତ, ଶିବ ସାହୁ ଏବଂ ରବିନ୍ଦ୍ର ପାଣିଗ୍ରାହୀ । ରକ୍ତଦାନ ଶିବିରରେ ନଗର କଂଗ୍ରେସ ସଭାପତି ବୁଲୁ ଦାନି ଆଗାମୀ ଦୁଇ ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ମଧ୍ୟ ସହଯୋଗ କାମନା କରିଥିଲେ । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ନଗର କଂଗ୍ରେସ ସଭାପତିଙ୍କ ବ୍ୟତିତ ଜିଲ୍ଲା କଂଗ୍ରେସର ଉପ-ସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଅନ୍ତ ବେହେରା ଏବଂ ପୂର୍ବତନ କାଉନସିଲର ସୌମ୍ୟଦୀପ ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମଟିକୁ ସଂପୁର୍ଣ୍ଣ ରୂପେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ସାମାଜିକ ଦୂରତ୍ୱ ପାଳନ ସହିତ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରକ୍ତଭଣ୍ଡାରର କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking