40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ସମୟରେ ରକ୍ତଦାନ ପାଇଁ ଆଗେଇ ଆସିଲା ‘ଜେସିଆଇ’

କରୋନା ସମୟରେ ରକ୍ତଦାନ ପାଇଁ ଆଗେଇ ଆସିଲା ‘ଜେସିଆଇ’

 
ବଲାଙ୍ଗୀର, – ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୈନନ୍ଦିନ ୨୦ ୟୁନିଟରୁ ଅଧିକ ରକ୍ତ ର ଆବଶ୍ୟକତା ପଡେ । ଏହି ଡାକ୍ତରଖାନା ଅପଗ୍ରେଡ ହୋଇ ଭୀମ ଭୋଇ ମେଡିକାଲ କଲେଜରେ ପରିବର୍ତିତ ହେବା ପରେ ଆବଶ୍ୟକତା ଆହୁରି ଡେର ଅଧିକ ବଢିଛି । କିନ୍ତୁ ବର୍ତମାନର କରୋନା ସମୟରେ ରକ୍ତଦାତାଙ୍କ ଅଭାବ ଯୋଗୁଁ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଏତ୍କଟ ସଂକଟ ଦେଖା ଦେଇଛି । ଏଭଲି ସମୟରେ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ସଂନ୍ଧ୍ୟାରାଣୀ ସାହୁଙ୍କ ଅନୁରୋଧ କ୍ରମେ ଜେସିଆଇର ବଲାଙ୍ଗିର ଶାଖା ରକ୍ତଦାନ ପାଇଁ ଆଗେଇ ଅସିଛି । ସ୍ଥାନୀୟ ରକ୍ତ ଭଣ୍ଡାର ରେ କୋøାଭିଡ-୧୯ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିରରେ ୨୧ ୟୁନିତ ରକ୍ତଦାନ କରିଛି । ଏହି ଅବସରରେ ଜେସିଆଇ ପକ୍ଷରୁ ଡା. ସୋନମ ଅଗ୍ରୱାଲ, ଶଙ୍କର ଜୁଏଡ, ଆତ୍ରତ୍ରାଣ ପାଢି,ପିୟୁଶ ଅଗ୍ରୱାଲ, ପରେଶ ଅଗ୍ରୱାଲ, ସନ୍ତୋଷ ଲାଲ, ଅନୁରାଗ ଅଗ୍ରୱାଲ,ଅକ୍ଷୟ ଭ୍ରମର,ଶୁସାନ୍ତ ପାତ୍ର, ଲକ୍ଷ୍ମି ପାତ୍ର, ଦିପକ ଛାପଡିଆ, ରିନାଅଗ୍ରୱାଲ. ମିନା ଅଗ୍ରୱାଲ, ଭୁପେଶ ଅଗ୍ରୱାଲ, ଶିବ ପୁଟେଲ, ମନୋଜ ଅଗ୍ରୱାଲ, ଲିଳାମୟ ସାହୁ, ରାକେଶ ମିଶ୍ର, ସୁନିଲ ନାୟାକ, ଶୈଲେନ୍ଦ୍ର ଅଗ୍ରୱାଲ ଓ ମୁକୁନ୍ଦ ଭୋଇ ରକ୍ତଦାନ କରି ବହୁ ଅମୁଲ୍ୟ ଜିବନ ବଞ୍ଚାଇବାରେ ସହଯୋଗ କରିଥିଲେ । ଜେସିଆଇ ବଲାଙ୍ଗିର ଅଧ୍ୟକ୍ଷ ପିଙ୍କି ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ନାଗରିକ କମିଟିର ସଂପାଦକ ବିଷ୍ଫୁ ପ୍ରସାଦ କେଡିଆ ଯୋଗଦାନ କରିଥିବା ବେଳେ ରକ୍ତଭଣ୍ଡାର ର ସମସ୍ତ କର୍ମି ସହ ଜେସିଆଇ ର ଅବିନାଶ ଅଗ୍ରୱାଲ, ରାମତାର ଅଗ୍ରୱାଲ, ରୁକମା ଅଗ୍ରୱାଲ ଓ ଅନିଲ ମୋଦି ବିଶେଷ ସହେଯାଗ କରିଥୀଲେ । ତେବେ ଅସନ୍ତା ମଇ ୮ରେ ହେବାକୁ ଥିବା ରେଡକ୍ରସ ଦିବସରେ ଆଉ ଏକ ରକ୍ତଦାନ ଶିବିର ର ଆୟୋଜନ କରାଜିବା ନେଇ ଜେସିଆଇ ସୁଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking