28.1 C
Bhubaneswar
Thursday, March 28, 2024
Homeଓଡିଶାବିଶ୍ୱ ରେଡକ୍ରସ ଦିବସ : ରକ୍ତଭଣ୍ଡାର ର ନୀରବ ଯୋଦ୍ଧା ସମ୍ମାନିତ

ବିଶ୍ୱ ରେଡକ୍ରସ ଦିବସ : ରକ୍ତଭଣ୍ଡାର ର ନୀରବ ଯୋଦ୍ଧା ସମ୍ମାନିତ

ବଲାଙ୍ଗିର,- ଜେସିଆଇ ବଲାଙ୍ଗିର ସିଟି ତରଫରୁ ଜିଲ୍ଲା ରକ୍ତ ଭଣ୍ଡାରରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରିବା ସହ ଏକ ରକ୍ତଦାନ ଶବିର ଆୟୋଜିତ ହୋଇଯାଇଛି । ଜେସିଆଇ ବଲାଙ୍ଗିର ଅଧ୍ୟକ୍ଷ ପିଙ୍କି ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ବଲାଙ୍ଗିର ରକ୍ତ ଭଣ୍ଡାରରେ କାମ କରୁଥିବା ସମସ୍ତ କର୍ମଚାରୀ ତଥା ବଲାଙ୍ଗିର ରକ୍ତ ଭଣ୍ଡାର ଅଧ୍ୟକ୍ଷା ଡା, ଆରତି ପଣ୍ଡାଙ୍କୁ କରୋନା ସମୟରେ ଜନସାଧାରଣଙ୍କ ପାଇଁ ରକ୍ତ ର ଆବଶ୍ୟକତା ପୁରଣ କରିବା ହେତୁ ଦିନ ରାତି କାମ କରିଥିବା ପାଇ,ଁ ଜେସିଆଇ ବଲାଙ୍ଗିର ପ୍ରଦତ୍ତ ସେଲୁଟ ଦି ସାଇଲେନ୍ଟ୍ ୱାର୍କର ସମ୍ମାନରେ ସମ୍ମାନିତ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, କରୋନା ସମୟରେ ବଲାଙ୍ଗିର ରେ ରକ୍ତର ଘୋର ଅଭାବ ଦେଖାଯାଇଥିଲ।। ଏହାକୁ ମୁକାବିଲା କରିବାକୁ ଯାଇ ରକ୍ତ ଭଣ୍ଡାରର ଅଧ୍ୟକ୍ଷାଙ୍କ ଅନୁରୋଧ ଓ କର୍ମଚାରୀଙ୍କ ପରିଶ୍ରମ କ୍ରମେ ଜିଲ୍ଲାରେ ବିଭିନ୍ନ ସଂଗଠନ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଫଳରେ ଜିଲ୍ଲାରେ ରକ୍ତାଭାବ ଦୁର ହେବା ସଂଗେ ସଂଗେ ଏବେ ପ୍ରାୟ ୫୦୦ ୟୁନିଟ ରକ୍ତ ମହଯୁଦ ରହିଥିବା ସୁଚନା ରହିଛି ।
ତେବେ ଏହି କାର୍ଯ୍ୟକ୍ରମରେ ସହରରେ ଅବସ୍ଥିତ ହରିହର ଫାରମାସୁଟିକାଲ ର ମେନେଜିଙ୍ଗ ଡାଇରେକ୍ଟର କହ୍ନେୟା ଲାଲ ଅଗ୍ରୱାଲଙ୍କୁ ଜେସିଆଇ ତରଫରୁ ବିଜନେସ୍ ଆଇକନ୍ ସମ୍ମାନରେ ସମ୍ମାନିତ କରାଯାଇଥିଲ।। ଏହି ଅବସରରେ ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦକ ଶଙ୍କର ପ୍ରଧାନ ଓ ରାମ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବଲାଙ୍ଗିର ସିଟିଜେନ କମିଟି ର ସଂପାଦକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜେସିଆଇ ପରିବାର ର ଆର୍ତ୍ତତ୍ରାଣ ପାଢି, ଅବନିଶ ଅଗ୍ରବାଲ, ଶ୍ରିକାନ୍ତ ଶର୍ମା, ରୁକ୍ମା ଅଗ୍ରବାଲ, ରାନି ସନ୍ତୋଷ ଲାଲ ଓ ଅନିଲ ମୋଦି ବିଶେଷ ସହ ଯୋଗ କରିଥିଲେ । ଶେଷରେ ଜେସିଆଇ ତରଫରୁ ରକ୍ତ ଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking