27.1 C
Bhubaneswar
Thursday, April 25, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଓଡ଼ିଶା-ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ,...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଓଡ଼ିଶା-ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର , ସର୍ବାଧିକ ୪୧୭୪ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର: ଆଜି ଓଡିଶା-ମୋ ପରିବାରର ମୁଖ୍ୟ ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କ ୭୪ ତମ ଜନ୍ମଦିବସ । ଏହି ଅବସରରେ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ରକ୍ତଦାନ ଭଳି ମହତ୍ ଦାନକୁ ସର୍ବଦା ପ୍ରାଧାନ୍ୟତା ଦେଇ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ଜନ୍ମଦିନର ଉପହାର ସଦୃଶ ବୋଲି ‘ଓଡିଶା-ମୋ ପରିବାର’ ତରଫରୁ ପ୍ରକାଶ କରାଯାଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ରକ୍ତଦାନକୁ ଏକ ମିସନ୍ ମୋଡ୍ ରେ ଗ୍ରହଣ କରାଯାଇଛି । ଚଳିତ ବର୍ଷ ଅଗଷ୍ଟ ୯ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଓଡିଶା-ମୋ ପରିବାର ଆନୁକୁଲ୍ୟରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ରେକର୍ଡ ୧୪, ୮୩୯ ୟୁନିଟ୍ ରକ୍ତସଂଗ୍ରହ ହୋଇପାରିଥିଲା । ‘ଓଡ଼ିଶା-ମୋ ପରିବାର’କୁ ଏହି ସଫଳତା ଉତ୍ସାହିତ କରିବା ସହ ସାରା ରାଜ୍ୟରେ କାର୍ଯ୍ୟକ୍ରମକୁ ଜାରି ରଖିବା ଲାଗି ପ୍ରେରଣା ଯୋଗାଇଥିଲା ।
ଆଜି ଓଡିଶା-ମୋ ପରିବାରର ମୁଖ୍ୟଙ୍କ ଶୁଭ ଜନ୍ମତିଥି ଅବସରରେ ସାରା ରାଜ୍ୟରେ ଆୟୋଜିତ ସ୍ୱତନ୍ତ୍ର ରକ୍ତଦାନ କାର୍ଯ୍ୟକ୍ରମରେ ରାଜ୍ୟର ସର୍ବାଧିକ ୫୨ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ସମୁଦାୟ ୪୧୭୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । କରୋନା ମହାମାରୀର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର କୋଭିଡ୍ ନିୟମର ଅନୁପାଳନ କରି ଏହି ରକ୍ତଦାନ ଶିବିର ଗୁଡିକ ଆୟୋଜନ କରାଯାଇଥିଲା | ତେବେ ଏହି ପରିସ୍ଥିତିରେ ବିପୁଳ ପରିମାଣରେ ଯୋଗଦେଇ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କ ନିକଟରେ ଓଡିଶା-ମୋ ପରିବାର କୃତଜ୍ଞତା ଜ୍ଞାପନ କରିବା ସହ ଭବିଷ୍ୟତରେ ମଧ୍ୟ ଜନସାଧାରଣଙ୍କ ଏହି ସହଯୋଗର କାମନା କରୁଛି |
(ଓଡିଶା-ମୋ ପରିବାର)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking