38.8 C
Bhubaneswar
Friday, April 19, 2024
Homeଓଡିଶାବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର

ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ସଭାଗୃହଠାରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଢେଙ୍କ।।ନଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ପ୍ରତିମା ଦାସ ଉପସ୍ଥିତ ରହି ଜନ୍ମଠାରୁ ୬ ବର୍ଷ ବୟସ ଭିନ୍ନକ୍ଷମ ଶିଶୁ ଚିହ୍ନଟ ନିମନ୍ତେ ତାଲିମ ପ୍ରଦାନ କରିଥିଲେ । ଅନୃତମ ତାଲିମ ଦାତା ଗଁଦିଆ ଯୋନ୍‌ର ସୁପରଭାଇଜର ଶ୍ରୀମତୀ କବିତା ଦାସ, ସୋରିଶାପଦା ଜୋନ୍‌ର ସୁପରଭାଇଜର ଶ୍ରୀମତୀ ପ୍ରଭାତ ନନ୍ଦୀନ ମିଶ୍ରୀ ତାଲିମ ପ୍ରଦାନ କରିଥିଲେ । ବାଇଁଶିଆ ଜୋନ୍‌ର ସୁପର ଭାଇଜର ମମତା ସ୍ୱାଇଁ, ଯୋରନ୍ଦା ଜୋନ୍‌ର ଯୋଶ୍ନା ଶତପଥୀ, ଖଣ୍ଡାବନ୍ଧ ଯୋନ୍‌ର ଆଇଚ, ପିଙ୍ଗୁଆ ଜୋନ୍‌ର ବସନ୍ତ ମଞ୍ଜରୀ ତ୍ରପାଠୀ ଯୋଗ ଦେଇଥିଲେ। ଉକ୍ତ ତାଲିମ ଶିବିରରେ ୧୦୦ ଜଣ ଦୁଇଟି ବ୍ୟାଚ୍‌ରେ ଅଙ୍ଗନୱାର୍ଡି କର୍ମୀ ଯୋଗ ଦେଇ ତାଲି କରିଥିଲେ ।

ଦୁଇ ଦିନ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛ ି । ଆୟୋଜକ ସମ୍ମାନୀତ ଶିଶୁ ବିଭାଗ ଓ ଯୋଜନା ଓ ସାମାଜିକ ସୁରକ୍ଷା ସହ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପଂଚାୟତ ସମିତି ଗଁଦିଆ ଅଙ୍ଗନୱାର୍ଡି କର୍ମୀମାନେ ନିଜ ନିଜ ଅଚଂଳରେ ବସବାସ କରୁଥିବାଠାରୁ ଦୁଇ ବର୍ଷ ବୟସର ସମସ୍ତ ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ କରି ଅଗଷ୍ଟ ୩୧ ତାରିଖ ସୁଧା ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ ପାଇ ଦିନ ଧାର୍ଯ୍ୟ କରାଯାଇଅଛି । ଏହି ଚିହ୍ନଟ ପ୍ରକ୍ରିୟାରେ ଭିନ୍ନକ୍ଷମ ଶିଶୁଙ୍କୁ ସାମିଲ ପାଇଁ ଢେଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଚନା ପ୍ରଦାନ କରିଥିଲେ । ଆଜି ସୁଧା ଗଁଦିଆ ବ୍ଲକ୍‌ରେ ଅଙ୍ଗନୱାର୍ଡି କର୍ମୀମାନେ ତାଲିମ ନେଇ ସାରିଥିବା ଜଣାପଡିଛି ।

 

ରାଜ୍ୟସରକାରଙ୍କ ପକ୍ଷରୁ ହିନ୍ଦୋଳ ଇନ୍ଦୋର ଷ୍ଟାଡିୟମ ପାଇଁ ୬.୫ କୋଟି ମଞ୍ଜୁର

ହନ୍ଦୋଳ  : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଉପକଣ୍ଠକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକାଶ ଯୋଗ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୮୯ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସାରା ରାଜ୍ୟର ସହରାଚଂଳକୁ ପ୍ରଦାନ କରିଥିବା ବେଳେ ହିନ୍ଦୋଳ ଏନଏସିକୁ ଗୋଟାଏ ପ୍ରଦାନ କରିଥିବା ଯୋଗୁଁ ହିନ୍ଦୋଳ ବିଧାୟିକା, ଚେୟାରମ୍ୟାନଙ୍କ ସହ ବହୁ ଦଳୀୟ ନେତୃବୃନ୍ଦ ନିର୍ବାଚନ ମଣ୍ଡଳିର ସମସ୍ତ କ୍ରୀଡାବିତ୍ ମାନଙ୍କ ସହ ଅଧିବାସୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଙ୍ଗ୍ୟତା ଙ୍ଗ୍ୟାପନ କରିଛନ୍ତି ।

ପ୍ରକାଶ ଯୋଗ୍ୟ ବାଳିକା ଉଚବିଦ୍ୟାଳୟରେ ବିଜୁ ଜନତା ଦଳ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାୟିକା ସିମାରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ସମ୍ମାନିତ ଅତିଥି ଓ ବ୍ଲକ୍ ଅଧ୍ୟକ୍ଷ ପ୍ରୀୟ ରଞ୍ଜନ ମାହୁନ୍ତ ଓ ଏନଏସି ଅଧ୍ୟାକ୍ଷା ରୀନା ବେହେରା ଅନ୍ୟତମ ଅତିଥିଭାବେ ଯୋଗ ଦେଇ ଉପସ୍ତିତ ଯୁବ ଉଦୀୟମାନ ଖେଳାଳିଙ୍କୁ ଖେଳ ପୋଷାକ ସହ ଖେଳ ସାମଗ୍ରୀଥିବା ଏକ ବ୍ୟାଗ ପ୍ରଦାନ କରି ଏହି ଏøତିହାସିକ ମୁହୁର୍ତରେ ଯଥା ସମ୍ଭବ ଜମି ଚିହ୍ନଟ କରି ଇଣ୍ଡୋର ଷ୍ଟାଡିୟମର ଶୁଭ ଦିଆଯିବା ବିଷୟରେ କହିଥିଲେ ।

ଏହି ଯୁବପିଢିଙ୍କ ଖେଳ ଜଗତରେ ଏହା ଏକ ମାଇଲଖୁଂଟି ହେବ ବୋଲି କହି ଏଠାରେ ଉପସ୍ଥିତ ଅନ୍ୟତମ ଏନଏସି ସଭାପତି ଗୋବିନ୍ଦ ବେହେରା, ଯୁବ ସଭାପତି ରୁଦ୍ରନାରାୟଣ ପ୍ରସାଦ ଦାସ, ପ୍ରସାନ୍ତ ସର, ପ୍ରଦୋଷ ପାତ୍ର, ମୁନ୍ନା ସାମନ୍ତ, ଲିଗାଲ ସେଲର ଆଇନଜୀବି ସୁଶାନ୍ତ ମିଶ୍ର, ହିମାଂଶୁୁ ଶେଖର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ କ୍ରୀଡାବିତ୍ ମାନଙ୍କୁ ପ୍ରତ୍ସୋହନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking