28.1 C
Bhubaneswar
Thursday, March 28, 2024
Homeଓଡିଶାଦୃଷ୍ଟିଶକ୍ତି ହରାଇ ହନ୍ତସନ୍ତ : ବସନ୍ତଙ୍କୁ ମିଳୁନି ସରକାରୀ ସହାୟତା

ଦୃଷ୍ଟିଶକ୍ତି ହରାଇ ହନ୍ତସନ୍ତ : ବସନ୍ତଙ୍କୁ ମିଳୁନି ସରକାରୀ ସହାୟତା

ବାଲିଆପାଳ: ଅସହାୟ ବସନ୍ତ ଦଳାଇଙ୍କୁ ମିଳୁନି ସରକାରୀ ସହାୟତା । ଜନ୍ମରୁ ବସନ୍ତଙ୍କ ଦୃଷ୍ଟିଶକ୍ତି ଠିକ୍ ଥିଲା । ତେବେ ଦୁର୍ଭାଗ୍ୟକୁ ସେ ଦୃଷ୍ଟିଶକ୍ତି ହରାଇଛନ୍ତି । ବାଲିଆପାଳ ଥାନା ଯୁଗଡିହା ଗ୍ରାମର ଆଦିବାସୀ ଯୁବକ ବସନ୍ତ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ତେବେ ହଠାତ ଦିନେ ସେ ଦୁଇ ଆଖିରେ ଯନ୍ତ୍ରଣା ଅନୁଭବ କଲେ । ତହିଁ ପର ଦିନଠୁ ତାଙ୍କୁ ଆଉ କିଛି ଦେଖାଗଲା ନାହିଁ । ପିତୃହୀନ ଗରିବ ବସନ୍ତଙ୍କୁ ପାଖ ପଡ଼ୋଶୀ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ରାସଗୋବିନ୍ଦପୁର ମହାତ୍ମାଗାନ୍ଧୀ ନେତ୍ରଚିକିତ୍ସାଳୟ, ଭୁବନେଶ୍ୱର-ପଟିଆ ଚକ୍ଷୁ ଚିକିତ୍ସାଳୟ ଏପରିକି କୋଲକାତାରେ ଏକ ସରକାରୀ ନେତ୍ରଚିକିତ୍ସାଳୟରେ ଦେଖାଇଥିଲେ । କିନ୍ତୁ ସୁଫଳ କିଛି ହେଲା ନାହିଁ । ଡାକ୍ତରମାନେ ପରୀକ୍ଷା ପରେ ତାଙ୍କର ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଥିଲେ । ଫଳରେ ଗରିବ ବସନ୍ତ ଓ ତାଙ୍କ ପରିବାର ଲୋକେ ଖୁବ୍ ମର୍ମାହତ ହୋଇପଡ଼ିଥିଲେ । ତେବେ ବସନ୍ତଙ୍କ କ୍ଷେତ୍ରରେ ସୁସ୍ଥ କର୍ଣ୍ଣିଆ ପ୍ରତିରୋପଣ କରାଯାଇପାରିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର । କିନ୍ତୁ ଚାରିଆଡୁ ନିରାଶ ହେବା ପରେ ବସନ୍ତ ମାଗିଯାଚି ଚଳୁଛନ୍ତି । ଦିନକୁ ଦିନ ଦୁଃଖ ବଢ଼ୁଥିବାବେଳେ ଦେହ ଅସୁସ୍ଥ ହୋଇପଡୁଛି । ସରକାର ତୁରନ୍ତ ବସନ୍ତଙ୍କୁ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking