ସୁକିନ୍ଦାରେ ମିଶ୍ରଣ ପର୍ବ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡି ସଂଗଠନକୁ ସୁଦୁଢ କରିବା ପାଇଁ ସୁକିନ୍ଦା ବିଧାୟକ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟ ଦଳ ରୁ କର୍ମୀ, ନେତା ଓ ସମର୍ଥ କ ନିଜ ସପକ୍ଷ ଆଣିବାରେ ଶ୍ରୀ ଘଡ଼ାଇ ସିଦ୍ଧ ହସ୍ତ କଂଗ୍ରେସ ଦଳକୁ ଧୂଳିସାତ କରି ଏବେ ବିଜେପି ଦଳ ଉପରେ ନଜର ପକାଇଛନ୍ତି । ବିଜେପିର କର୍ମୀ ମାନଂକୁ ବିଜେଡି ମିଶ୍ରଣ ପର୍ବ ଆରମ୍ଭ ହେଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଆଦର୍ଶ ଓ ବିଧାୟକଇ ପ୍ରିତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଆସ୍ଥା ରଖି ସୁକିନ୍ଦା ବ୍ଲକର ଅନେକ ବିଜେପି ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବନ୍ଧଗାଁ ପଞ୍ଚାୟତର ରାଙ୍କିଆ ଗାଁର 21ଜଣବିଜେଡି ପତାକା ଦେଇ ସ୍ୱାଗତ କରିଛନ୍ତି ବିଧାୟକ ଘଡ଼ାଇ। ବହୁ ଆଗରୁ ମିଶିବାକୁ ଇଚ୍ଛୁକ ଥିବା ଏହି ବ୍ୟକ୍ତିମାନଙ୍କ ଯୋଗଦାନ ଫଳରେ ବିଜେଡି ଅଧିକ ମଜଭୁତ ହେବାର ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ସୁକିନ୍ଦା ବିଧାୟକ। ଏହି ରାଜନୈତିକ କାର୍ଯ୍ୟକ୍ରମ ‘ମିଶ୍ରଣ ପର୍ବ’ରେ ସାମାଜିକ ଦୂରତାକୁ ପ୍ରାଥମିକିତା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here