ପଥର କ୍ଵାରିରେ ବିସ୍ଫୋରଣ ୩ ମୃତ

gunuper stone blast

ରାୟଗଡା :ରାୟଗଡା ଜିଲ୍ଲା ଗୁଣୁପୁର ନିକଟରେ ଥିବା ଓକିଲଗୁଡା ପଥର କ୍ଵାରିରେ ହୋଇଛି ବିସ୍ଫୋରଣ । କୁହାରୀରେ କିଛି ଶ୍ରମିକମାନେ ଗୋଟିଏ ଟ୍ରାକ୍ଟରରେ ପଥର ଲୋଡିଂ କରୁଥିଲେ ଅଚାନକ ନିକଟରେ ଥିବା ଏକ ପାହାଡରେ ସ ବ୍ଲାଷ୍ଟିଂ କରାଯାଇଥିଲା। କିଛି ଜାଣିବା ପୂର୍ବରୁ ହିଁ ପଥର ଫାଟି ପଥର ଖଣ୍ଡ ଗୁଡିକ ବହୁ କ୍ଷିପ୍ର ଗତିରେ ଆସି ଟ୍ରାକ୍ଟର ଓ ଶ୍ରମିକମାନଙ୍କୁ ବାଜିଥିଲା । ଯାହାଫଳରେ ସେଠାରେ ହିଁ ୩ ଶ୍ରମିକ ଟଳି ପୋଡିଥଲେ ।ଏଥିସହ ପଥର ଲୋଡିଂ ଟ୍ରାକ୍ଟରଭି ଓଲଟି ଯାଇଥିଲା। ୬ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଗୁଣୁପୁର ଚିକିତ୍ସାଳୟକୁ ଅଣାଯାଇଥିଲା । ମୃତ୍ୟୁ କରିଥିବା ତିନି ଶ୍ରମିକ ମଧ୍ୟରୁ ଜଣେ ଶ୍ରମିକର ମୁଣ୍ଡ ବିହିନ ଶବ ଦେଖିବାକୁ ମିଳିଥିଲ। ମୃତକମାନେ ହେଲେ ଗୁଣୁପୁର ବ୍ଲକ୍ ଜଲତାର ପଞ୍ଚାୟତର ନୁଙ୍ଗୁରତାଲ ଗ୍ରାମର ଦୁଇ ଶ୍ରମିକ ଜମେଶ ଶବର ଓ କୁଶବତୀ ଶବର ଅନ୍ୟଜଣେ ମୃତକ ହେଲେ ଗୁଡି ଶବର ଶାମ୍ପିନିଗ୍ରାମର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପହଁଚି ପ୍ରଶାସନ ତରଫରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାପର ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତକରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଗୁଣୁପୁର ବ୍ଲକ୍ ବିଡିଓ ଶାନ୍ତି ଲତା ପ୍ରଧାନ,ଉପଜିଲାପାଳ ଜେ ସୋନାଲ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ମୃତକ ଶ୍ରମିକ ମାନଙ୍କୁ ରେଡ଼ କ୍ରୋସ ତରଫରୁ ୨୦,୦୦୦ଟଙ୍କା ଓ ଆହତ ବ୍ୟକ୍ତି ଙ୍କୁ ୧୦,୦୦୦ଲେଖାଏଁ ସହାୟତା ରାଶି ଦେବା ପାଇଁ ଉପଜିଲ୍ଲାପାଳ ଜଣାଇଥିଲେ । ଘଟଣା ସ୍ଥଳରେ ପଥର ଖାଦାନର ମାଲିକ ଫେରାର୍ ରହିଥିବା ଦେଖିବାକୁ ମିଳିଥିଲା। ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here