29.1 C
Bhubaneswar
Thursday, April 25, 2024
Homeଓଡିଶାବୃଦ୍ଧମାନଙ୍କୁ କମ୍ବଳ ବଣ୍ଟନ

ବୃଦ୍ଧମାନଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର : ମହାନଗର ନିଗମ ନୟାପଲ୍ଲୀ, ୱାର୍ଡ ନମ୍ବର ଅଧିନରେ ଥିବା ନୂଆସାହି ଅଞ୍ଚଳରେ
ସ୍ଥାନୀୟ ଜଣାଶୁଣା ସମାଜସେବୀ ତଥା ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନ ସଂପାଦକ ଶ୍ରୀ ସାଗର
ବଳବନ୍ତରାୟ ଙ୍କ ତରଫରୁ ଅଂଚଳର ବୃଦ୍ଧମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ
ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସୁକିନ୍ଦା ନିର୍ବାଚନ
ମଣ୍ଡଳୀର ମାନ୍ୟବର ବିଧାୟକ ଇଂ ପ୍ରତିରଂଜନ ଘଡେଇ ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ରମାନାଥ
ସାମନ୍ତରାୟ, ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ବୃଦ୍ଧା ଓ ୱାର୍ଡ ନଂ ୩୯ର ସଫେଇ କର୍ମଚାରୀଙ୍କୁ
କମ୍ବଳ ବଣ୍ଟନର ଶୁଭାରାମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସର୍ବଶ୍ରୀ ରମେଶ ରାଉତ ,
ମଧୁ ମହାପାତ୍ର, ଶ୍ୟାମ ସୁନ୍ଦର ସାହୁ, ପ୍ରଫେସର ନିରଂଜନ ସିଂ, ସରସ୍ୱତୀ ଦାସ, ସୂର୍ଯ୍ୟ ନାରାୟଣ ଦାସ , ସିତୁ
ବଳବନ୍ତରାୟ, ସନ୍ତୋଷ ସାହୁ , ବିଶ୍ୱଜିତ ବଳବନ୍ତରାୟ, ସନ୍ତୋଷ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ
ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉପସ୍ଥିତ ଜନସାଧାରଣ ଓ ଅତିଥି ଗଣ ସମାଜସେବୀ ଶ୍ରୀ ସାଗର
ବଳବନ୍ତରାୟଙ୍କ ଏହି ମହତ ଉଦ୍ୟମକୁ ଭୃୟସୀ ପ୍ରସଂସା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking