ମହିଳାଙ୍କୁ ବ୍ଲାକ୍‌ମେଲିଂ, ଅଭିନେତା ଗିରଫ

arrested

– ଅଶ୍ଳୀଳ ଭିଡିଓ ଭାଇରାଲ ଧମକ
– ନିଶା ଦେଇ ଦୁଷ୍କର୍ମ ଅଭିଯୋଗ
କଟକ : ଜଣେ ମହିଳାଙ୍କୁ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ଜନୈକ ଅଭିନେତାକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଅରୁଣ କୁମାର ନାୟକ ବୋଲି ଜଣାପଡ଼ିଛି । ସେ ଏକ ଯାତ୍ରା ପାର୍ଟିରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଜଣାପଡ଼ିଛି । ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିଥିଲା । ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ଟଙ୍କା ଦାବି କରୁଥିଲା। ଏନେଇ ମହିଳା ଜଣକ ସାଲେପୁର ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ଅରୁଣ ଏକ ଯାତ୍ରା ପାର୍ଟିରେ ଖଳନାୟକ ଭୂମିକାରେ ଅଭିନୟ କରନ୍ତି । ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର ଜଣେ ମହିଳାଙ୍କ ଘରେ ୨୦୧୯ମସିହାରୁ ଭଡ଼ା ନେଇ ରହୁଥିଲେ । ଚତୁରତାର ସହ ମହିଳା ଜଣକଙ୍କର ପ୍ରିୟଭାଜନ ହେବାପରେ ଅରୁଣ ରାତିରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରୁଥିଲେ । ମହିଳା ବାଥ୍‌ରୁମ୍‌ରେ ଗାଧୋଇଲାବେଳେ ତାଙ୍କର ଅଶ୍ଳୀଳ ଫଟୋ ଉତ୍ତୋଳନ କରି ରଖିଥିଲେ । ମହିଳା ଘଟଣା ସମ୍ପର୍କରେ ଜାଣିବା ପରେ ଅରୁଣକୁ ଘରୁ ବାହାର କରିଦେଇଥିଲେ ।

ପରେ ଅରୁଣ ମହିଳା ଜଣକୁ ୫ଲକ୍ଷ ଟଙ୍କା ନଦେଲେ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ୍ କରିବାକୁ ଧମକ ଦେଇ ଆସୁଥିଲେ । ମହିଳା ଜଣକ ଏଥିରେ ରାଜି ନହେବାରୁ ହଠାତ୍ ୨ ଦିନ ତଳେ ଅରୁଣ ମହିଳାଙ୍କ ଘରେ ପହଞ୍ôଚ ତାଙ୍କୁ ଧମକ ଦେବା ସହ ଆସବାପତ୍ର ଓ ଗାଡ଼ି ଭଙ୍ଗାରୁଜା କରିଥିଲା । ଏ ନେଇ ମହିଳା ଜଣକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିବା ସହ ଅରୁଣକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାଯାଇଛି । ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here