30.1 C
Bhubaneswar
Thursday, April 25, 2024
Homeଓଡିଶାକଠୋର କାଯ୍ୟାନୁଷ୍ଠାନ ଦାବୀ: କରୋନା କୁ କଳାବଜାରୀ ବଳି ପଡୁଛି

କଠୋର କାଯ୍ୟାନୁଷ୍ଠାନ ଦାବୀ: କରୋନା କୁ କଳାବଜାରୀ ବଳି ପଡୁଛି

ବଲାଙ୍ଗିର,- ଏପଟେ କରୋନା ଭୟରେ ସାରା ଦେଶ ଆତଙ୍କିତ ସେପଟେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଆଳୁ, ପିଆଜ, ଚିନି ଓ ସେନିଟାଇଜର୍ ର କଳାବଜାରିର ଅଭିଯୋଗ ହେଉଛି । ଯାହା ସାଧାରଣ ଖାଉଟିଙ୍କ କରୋନା ଭୟକୁ ବଳି ପଢୁଛି । ଲୋକେ ହଠାତ ଲକ ଡାଉନ ପାଇଁ ମାନସିକ ଓ ଆର୍ଥିକ ରୁପେ ପ୍ରସ୍ତୁତ ନଥିବା ବେଳେ ଜିଲ୍ଲାରେ ଆବଶ୍ୟକୀୟ ସାମଗ୍ରୀ ର ଜମାଖୋରି ଓ କଳାବଜାରୀ ଲୋକଙ୍କୁ ୨୧ଦିନର ଲକ୍ ଡାଉନ ରେ କରୋନାର ମୁକାବିଲା କିପରି କରିବେ ବୋଲି ବିବ୍ରତ କରୁଛି । କରୋନାର ସଂକ୍ରମଣର ଖବର ଆସୁ ଆସୁ ସହରରୁ ହଠାତ ମାସ୍କ ଓ ସେନିଟାଇଜର ଉଭେଇ ଯାଇଥିଲା । କରୋନା ପାଇଁ ଯୋଗ୍ୟ ହଉ ନ ହଉ ସହରରେ ଯାହା ମାସ୍କ ଥିଲା ବିକ୍ରି ହେଲା ମନ ଇଚ୍ଛା ଦରରେ । ସରକାର କଳା ବଜାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ମାସ୍କ ଓ ସେନିଟାଇଜର୍ ର ମୁଲ୍ୟ ନିର୍ଧାରଣ କଲେ । ୨ରୁ ୩ ଫୋଲ୍ଡ ବାଲା ମାସ୍କ ୧୦ଟଙ୍କାରୁ ଅଧୀକ, ଓ ସେନିଟାଇଜର୍ ୨୦୦ମିଲି କୁ ୧୦୦ଟଙ୍କାରୁ ଅଧୀକରେ କେହି ବିକ୍ରି କରିପାରିବେ ନାହିଁ ବୋଲି ନିୟମ କରିଥିବା ସତ୍ୱେ ସହରରେ ଏହାର ଖୁଲମ ଖୁଲା ଉଲ୍ଲଂଘନ ଚାଲିଛି । ଏପରିକି ସହରର ଏକମାତ୍ର ମେଡିସିନ ଫେକ୍ଟ୍ରିରେ ନିର୍ମିତ ସେନିଟାଇଜର୍ ଲୋକଙ୍କୁ ସୁଲ୍ଲଭ ମୁଲ୍ୟରେ ଯୋଗେଦେବା ପରିବର୍ତ୍ତେ ସରକାରି ଧାର୍ଯ୍ୟ ଦାମ ଠାରୁ ପ୍ରାୟ ଦୁଇଗୁଣା ଦାମରେ ବିକ୍ରି କରୁଛନ୍ତି । ଆହୁରି ମଧ୍ୟ ସରକାରଙ୍କ ଲକ ଡାଉନ ଘୋଷଣା ପରଠୁ ସହରରେ ହାଠାତ ଆଳୁ, ପିଆଜ, ପରିବା ଓ ଚିନି ମନ ଇଚ୍ଛା ଦାମରେ ବିକ୍ରି ହେଉଛି । ଏପରିକି କିଲୋ ୨୦ଟଙ୍କା ଦରରେ ବିକ୍ରି ହେଉଥିବା ଚିକେନ ମଧ୍ୟ ହଠାତ ୧୫୦ଟଙ୍କା ରେ ବିକ୍ରି ହେଉଥିବା ଅଭୀଯୋଗ କରିବା ସହ ସହରରେ କଳାବଜାରି ଓ ଜମାଖୋରି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଖାଉଟି ।

ପ୍ରକାଶଯୋଗ୍ୟ ଯେ, ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ରାଣ ଦେବା ସହ ଗତ କାଲି ପ୍ରଧାନମନ୍ତ୍ରି ହାତ ଯୋଡି ପ୍ରାର୍ଥନା କରିଛନ୍ତି । ଆହୁରି ବିଭିନ୍ନ ବିଭାଗକୁ କଡା ନର୍ଦ୍ଦେଶାବଳି ଜାରି କରିବା ସହ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହାର ସୁଯୋଗ ଉଠାଇ ସହରର କିଛି ବ୍ୟବସାୟୀ ଆବଶ୍ୟକୀୟ ଜିନିଷ ର ମନଇଚ୍ଛା ଦରଦାମ ବୃଦ୍ଧି କରିବା ସହ ଆଉ କିଛି ଜମାଖୋରି କରି ନିଅଣ୍ଟିଆ ସ୍ଥିତି ସୃଷ୍ଠି କରିବାକୁ ଚେଷ୍ଟା କରୁଛନ୍ତି । ତେବେ ପ୍ରଥମ ଦିନରୁ ଏଭଳି ଅବସ୍ଥା ହେବା ବେଳେ, ସମୟ ଥାଉ ଥାଉ ଏହାର ପ୍ରତିକାର ନକଲେ, ଆସନ୍ତା ସମୟରେ ସ୍ଥିତି ଅସମ୍ଭାଳ ହେବ ବୋଲି ଅନେକେ ମତ ବାଢୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking