26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକରୋନା ପରେ ବ୍ଲାକ୍ ଫଙ୍ଗସ୍ ଚିନ୍ତାର କାରଣ

କରୋନା ପରେ ବ୍ଲାକ୍ ଫଙ୍ଗସ୍ ଚିନ୍ତାର କାରଣ

ନୂଆଦିଲ୍ଲୀ: ଦେଶ କରୋନା ସହ ଲଢ଼ୁଛି । ଏବେ ଦେଶରେ ୩୦ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି । କରୋନା ମହାମାରୀ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତାର କାରଣ ପାଲଟିଛି । କରୋନା ଲକ୍ଷଣ ଥିବା ଲୋକଙ୍କ ଠାରେ ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଲକ୍ଷଣ ଦେଖାଯାଉଛି । ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନ ଭଳି ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିଛି । ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ୫୦ ପ୍ରତିଶତ ରୋଗୀ ଜୀବନ ହାରୁଛନ୍ତି ।

କେବଳ ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସର ୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଉଦ୍ଧବ ସରକାରଙ୍କ ଚିନ୍ତା ବଢିଛି । ଏବେ ଯେଉଁ ହସ୍ପିଟାଲ ସହ ମେଡିକାଲ୍ କଲେଜ ସୁବିଧା ରହିଛି । ସେଠେର ମ୍ୟୁକରମାଇକୋସିସ୍ ରୋଗୀଙ୍କ ଚିକିତ୍ସା କରାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, କରୋନା ସଂକ୍ରମଣ ବଢ଼ିବା ସହ ମ୍ୟୁକରମାଇକୋସିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି ।

ମନ୍ତ୍ରୀଙ୍କ ଅନୁସାରେ, ମ୍ୟୁକରମାଇକୋସିସର ଏକ ଲକ୍ଷଣ ହେଉଛି ବ୍ଲାକ୍ ଫଙ୍ଗସ୍ । ଯେଉଁଥିରେ ୫୦ ପ୍ରତିଶତ ରୋଗୀ ମୃତ୍ୟୁବରଣ କରୁଛନ୍ତି । ବ୍ଲାକ୍ ଫଙ୍ଗସ ହେଲେ ଦେହ ଦରଜା ହେବା, ଜର ଆସିବା, ଆଖି ଓ ନାକ ଜୋରରେ ଦରଜ ହେବା, ଆଖି ନଷ୍ଟ ହୋଇଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking