16.1 C
Bhubaneswar
Friday, January 28, 2022
Homeଓଡିଶାଭିନ୍ନ ଢଙ୍ଗରେ କଳା ଦିବସ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

ଭିନ୍ନ ଢଙ୍ଗରେ କଳା ଦିବସ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର;- ପୁର୍ବ ନିଷ୍ପତ୍ତି ଅନୁଯାୟି ଆଜି ସମଗ୍ର କୋସଳାଞ୍ଚଳରେ କଳା ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସକୁ ବର୍ଜନ କରି ସାରା କୋସଳାଞ୍ଚଳରେ କଳା ଦିବସ ପାଳନ କରିଥାଏ ଏହି ସମିତି । କିନ୍ତୁ ଏହି ବର୍ଷ କରୋନା ସଂକ୍ରମଣରୁ ଦୁରେଇ ରହିବା ପାଇଁ ସାରା ଦେଶରେ ଲକ୍ ଡାଉନ୍‌ର ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ତଥା ସରକାରଙ୍କ ଘୋଷଣା ଓ ସାମାଜିକ ଦୁରତ୍ୱ ତଥା ମାନବିକ ମୁଲ୍ୟବୋଧକୁ ସମ୍ମାନ ଜଣାଇ ଏ ବର୍ଷ କୋସଲ ରାଜ୍ୟ ସମନ୍ୱୟ ସମିତି, ନିଜ ନିଜ ଘର ଭିତରେ ଏହି କାଯ୍ୟକ୍ରମକୁ ପାଳନ କରିବାର ଆହ୍ୱାନ ଦେଇଥିଲା । ସମିତିର ଆହ୍ୱାନକ୍ରମେ ଆଜି ବିଭିନ୍ନ ସ୍ଥାନରେ ଲୋକେ ନିଜ ଘରେ କଳା ପତାକା ଉଡାଇବା ସହ ସାମାଜିକ ଗଣ ମାଧ୍ୟମ ଦ୍ୱାରା ବିରୋଧ ପ୍ରଦର୍ଶନ କରି କଳା ଦିବସ ପାଳନ କରିଛନ୍ତି । ଏହି କ୍ରମରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଦ୍ଧକ୍ଷ ନିଜ ବାସ ଭବନରେ କଳା ପତକା ଉତ୍ତୋଳନ କରିବା ସହ କଳା ବ୍ୟଚ ପିନ୍ଧି ଫେସବୁକ ମାଧ୍ୟମରେ ଜନସାଧାରଣଙ୍କୁଉଦବୋଧନ ଦେଇ କଳା ଦିବସ ପାଳନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଜିଲ୍ଲାର ବଲାଙ୍ଗିର, ଲୋଇସିଙ୍ଘା, ବେଲପଡା, ପୁଇଁତଳା, ଦେଓଗାଁ ଓ ଆଗଲପୁର ବ୍ଲକରେ କଳା ଦିବସ ପାଳନ ସହ ସୋସିଆଲ ମିଡିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର ଚାଲିଛି । କଳା ଦିବସ ପାଳନ ସହ କୋସଲ ରାଜ୍ୟ ସମନ୍ୱୟ ସମିତିର କାର୍ଯ୍ୟକର୍ତା ମାନେ କରୋନାର ମୁକାବିଲା ପାଇଁ ବିଭିନ୍ନ ସହର ଓ ଗ୍ରାମରେ ଲୋକଙ୍କୁ ସଚେତନ କରିବା ସହ ସହାୟତାର ହାତ ବଢାଇଥିବା ନେଇ ଅଦ୍ଧକ୍ଷ ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking