ବିଜେପିର ଅଭିମତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ଆରମ୍ଭ ହେଲା ବିଜେପିର ଅଭିମତ ସଂଗ୍ରହ ଅଭିଯାନ । ଏହି ଅଭିଯାନଙ୍କୁ ଶୁଭାରମ୍ଭ କଲେ ସମୀର ମହାନ୍ତି ଏବଂ ଜୟ ନାରାୟଣ ମିଶ୍ର । ଏହି ଅଭିଯାନ ଜରିଆରେ ୧ କୋଟି ଲୋକଙ୍କ ପାଖକୁ ଯାଇ ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବେ । ଏଥିପାଇଁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨ ଟି ଗାଡି ବୁଲିବ । ଲୋକେ ଗାଡିରେ ଥିବା ସଂକଳ୍ପ ପତ୍ର ବାକ୍ସରେ ନିଜ ନିଜର ପରାମର୍ଶ ଦେବେ ।