29.1 C
Bhubaneswar
Thursday, April 25, 2024
Homeଓଡିଶାଦଳ ଛାଡିଲେ ଶତାଧିକ ବିଜେପି କର୍ମୀ

ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ

ଯାଜପୁର : ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡିର ଯୋଗଦେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନ ଆରୁହା ଓ ଥାନୁଆଳ ପଂଚାୟତର ଶତାଧିକ କର୍ମୀ। ଏନେଇ ଏକ ମିଶ୍ରଣ ପର୍ବ ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଭାବେ ଦଳରେ ସାମିଲ ହୋଇଥିବା ପଞ୍ଚାୟତସ୍ତରୀୟ ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ସରପଞ୍ଚ ହରିହର ସାହୁ, ଅମୁଲ୍ୟଧନ ଜେନା, ପର୍ଯ୍ୟବେକ୍ଷକ ଶ୍ରୀନିବାସ ଜେନା, ଯୁବନେତା ଦିଲୀପ ବଳ, ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।
https://onakhabar.com/2020/03/04/jajpur-road-construction-by-villege-boys/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking